ସୁବର୍ଣ୍ଣ କୃଷି ଯନ୍ତ୍ରପାତି ମେଳା ମଣ୍ଡପରେ କବିତା ପାଠୋତ୍ସବ

0 96

ସୁବର୍ଣ୍ଣପୁର : ଗତ ଚାରି ଦିନଧରି ସ୍ଥାନୀୟ ରୟାଲ ପଡିଆରେ ଜିଲ୍ଲା କୃଷିବିଭାଗ ତରଫରୁ ଚାଲିଥିବା ସୁବର୍ଣ୍ଣ କୃଷି ଯନ୍ତ୍ରପାତି ମେଳା ଗତକାଲି ଉଦଯାପିତ ହୋଇଯାଇଛି । ଶେଷ ଦିବସରେ ସିଡିଏଓ ନାରାୟଣ ଚନ୍ଦ୍ର ସେଠିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ପ୍ରମୁଖ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ଉତ୍ତମ ଜ୍ଞାନକୌଶଳ ଦ୍ୱାରା ନିର୍ମାଣ ହୋଇଥିବା ବିଭିନ୍ନ କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର କରି କୃଷିଜାତ ସାମଗ୍ରୀର ଅତ୍ୟଧିକ ଅମଳ କରିବା ପାଇଁ ଉପସ୍ଥିତ ଚାଷୀମାନଙ୍କୁ ପରାମର୍ଶ ଦେବାସହ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ତଥା ଚାଷକାମରେ ଲିପ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସହକାରୀ କୃଷି ଅଧିକାରୀ ସୁଶ୍ରୀ ସ୍ମିତା ପଣ୍ଡା ସଭାକୁ ସଂଯୋଜନା କରିଥିଲେ । ଏହି ମେଳାରେ ପ୍ରାୟ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଂକାର ବିଭିନ୍ନ ଯନ୍ତ୍ରପାତିର ବ୍ୟାବସାୟିକ କାରବାର ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ପରେ ସ୍ଥାନୀୟ କବିମାନଙ୍କୁ ନେଇ ଏକ କବିତା ପାଠୋତ୍ସବର ଆୟୋଜନ ହୋଇଥିଲା । କବି ଲକ୍ଷ୍ମୀ ନାରାୟଣ ସାହୁ ଓ ଅଦ୍ୱେତ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ କବି ଶ୍ୟାମାଓମ୍‌ ପ୍ରସାଦ ମିଶ୍ର, ଡ଼. ପୁରୁଷୋତ୍ତମ ମିଶ୍ର, ବେଣୁଧର ପ୍ରଧାନ, ଦିଲ୍ଲୀପ ପାତ୍ର , ଡ଼.ଦେବାଶିଷ ପାଣ୍ଡିଆ, ପଠାଣ ପଣ୍ଡା, ଶ୍ରୀଧର ବାଗ, ରଞ୍ଜିତା ପଣ୍ଡା, ପ୍ରଭୁଦତ୍ତ ରଥ, ଆଦିତେଶ୍ୱର ମିଶ୍ର, ବିଘ୍ନ ରାଜ ପଣ୍ଡା, ଅଖୋଜ ଷାଣ୍ଢ, ପ୍ରମୋଦ ପଣ୍ଡା, ଡ. ସୌରଭ ରଞ୍ଜନ ଖମାରୀ, ସୁଦାମ ନାଏକ, ଡ.ଅନିରୁଦ୍ଧ କୁରକୁରିଆ, ପ୍ରଦ୍ୟୁମ୍ନ ସାହୁ, ଭାଗିରଥି ମିଶ୍ର, ସସ୍ମିତା ମେହେର, ଶୁଭେନ୍ଦୁ ମେହେର, ସୁଶାନ୍ତ ସାହୁ ପ୍ରମୁଖ ଅନେକ କବି ତାଙ୍କର ସ୍ୱରଚିତ କବିତା ପାଠ କରିଥିଲେ ।

hiranchal ad1
Leave A Reply

Your email address will not be published.

fifteen − 11 =