ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା ଟ୍ରାକ୍ଟର,୫ ଶ୍ରମିକ ଆହତ

0 160

ରାୟଗଡା: ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା ଏକ ତସୁ ବୋଝେଇ ଟ୍ରାକ୍ଟର ସହ ଡାଲା । ଫଳରେ ଡାଲା ଗାଡିରେ ବସିଥିବା ୫ଜଣ ଶ୍ରମିକ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କୁ କୋରାପୁଟ ମେଡିକଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଘଟଣାଟି ଘଟିଛି ରାୟଗଡା ଜିଲ୍ଳା ବାଇସିଂ ଗ୍ରାମ ପଂଚାୟତର ଧୂମାଗୁଡା ଗ୍ରାମ ନିକଟରେ । ଆଜି ସକାଳେ ଚେକାଗୁଡା ଓ ମାରିଗୁଡା ଗ୍ରାମର ମହିଳା ଓ ପୁରୁଷ ଶ୍ରମିକମାନେ ଏକ ତସୁ ବୋଝେଇ ଟ୍ରାକ୍ଟରର ଡାଲାରେ ବସି ଧୂମାଗୁଡା ଗ୍ରାମ ଦେଇ ଅଡପତିଗୁଡା ଅଭିମୁଖେ ଯାଉଥିବା ବେଳେ ଏକ ବୁଲାଣି ନିକଟରେ ଟ୍ରାକ୍ଟର ଡ୍ରାଇଭର ଭାରସାମ୍ୟ ହରାଇଥିଲେ । ଫଳରେ ରାସ୍ତା ଏକ କଡକୁ ଟ୍ରାକ୍ଟର ଇଂଜିନ ଏବଂ ଅନ୍ୟ କଡରେ ଡାଲାଟି ଓଲଟି ପଡିଥିଲା । ଟ୍ରାକ୍ଟର ଡ୍ରାଇଭର ନିଜକୁ ସୁରକ୍ଷିତ ଭାବେ ବଂଚେଇ ପାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଡାଲା ଗାଡିରେ ବସିଥିବା ଚେକାଗୁଡାର ବୁଗୁଲି ତାଡିଙ୍ଗି,ମାରିଗୁଡାର ଡବଲି ମାଣ୍ଡାଙ୍ଗି ଓ ଜାମି ମାଣ୍ଡାଙ୍ଗିଙ୍କ ସମେତ ଅନ୍ୟ ୨ଜଣ ଶ୍ରମିକ ଡାଲା ସହ ରାସ୍ତା କଡ ଜମିରେ ପଡିଯାଇଥିଲେ । ତେବେ ଡାଲାରେ ତସୁ ଭରି ହୋଇଥିବାରୁ ଶ୍ରମିକମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଧୂମାଗୁଡା ଗ୍ରାମବାସୀ ଆହାତଙ୍କୁ ଉଦ୍ଧାର କରି ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।

hiranchal ad1
Leave A Reply

Your email address will not be published.

one + sixteen =