ବିଭିନ୍ନ ଗ୍ରାମ ପରିଦର୍ଶନରେ କୋକସରା ବ୍ଳକ ଉପାଧ୍ୟକ୍ଷ

0 70

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ବ୍ଳକର ବିଭିନ୍ନ ଗ୍ରାମକୁ ଗସ୍ତ କରିବା ସହିତ ଆନ୍ଧ୍ରରେ ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ପରିବାରରକୁ ସାକ୍ଷାତ କରିଛନ୍ତି । ପ୍ରଥମେ ବ୍ଳକ ଉପାଧ୍ୟକ୍ଷ ବଡପୋଡାଗୁଡା ଗ୍ରାମରେ ପହଞ୍ଚି ମହାଜନଗୁଡା ବଡପୋଡ଼ାଗୁଡ଼ା ରାସ୍ତା ବିଷୟରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ଗ୍ରାମବାସୀ ମାନେ ବଡପୋଡ଼ାଗୁଡ଼ାରୁ ରଏନଗୁଡା ସଂଯୋଗ କରୁଥିବା ରାସ୍ତାକୁ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବା ପାଇଁ ଅନୁରୋଧ କରିଥିଲେ । ସେଠାରୁ ବ୍ଳକ ଉପାଧ୍ୟକ୍ଷ ପୋଡାଗୁଡା ପଞ୍ଚାୟତର ମଙ୍ଗଳପୁର ଗ୍ରାମରେ ପହଞ୍ଚିଥିଲେ । ସେଠାରେ ଗ୍ରାମବାସୀ ମାନେ ପୋଡାଗୁଡା ମଙ୍ଗଳପୁର ରାସ୍ତାର ସ୍ଥାୟୀ ସମାଧାନ କରିବା ପାଇଁ କହିଥିଲେ । ଏବଂ ଗ୍ରାମର ଠାକୁରାଣୀ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଅନୁଦାନ ଦେବା ପାଇଁ ଅନୁରୋଧ କରିଥିଲେ । ସେଠାରୁ ବ୍ଳକ ଉପାଧ୍ୟକ୍ଷ ଆନ୍ଧ୍ରରେ ମୃତ୍ୟୁ ବରଣ କରିଥିବା ପୋଡାଗୁଡା ପଞ୍ଚାୟତ ରାଜୀବ କୋଲୋନୀର ମୃତ ଦାଦନ ଶ୍ରମିକ କୃତ୍ତିକ ମାଝୀଙ୍କ ପରିବାରକୁ ସାକ୍ଷାତ କରି କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ । ସାନପୁଅଙ୍କୁ ଆବାସିକ ବିଦ୍ୟାଳୟରେ ପାଠପଢ଼ା ବ୍ୟାବସ୍ଥା କରିବା ପାଇଁ କହିବା ସହିତ ତାଙ୍କ ସ୍ତ୍ରୀଙ୍କୁ ବିଧବା ଭତ୍ତା, ଏନ୍‌ଏଫବିଏଫ ଯୋଜନାରେ ଶୀଘ୍ର ସାମିଲ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସେଠାରୁ ଆମପାଣି ପଞ୍ଚାୟତ ଅଭିମୁଖେ ବାହାରି ବିରିମୁହାଣ ଛକରେ ପହଞ୍ଚି ସ୍ଥାନୀୟ ଲୋକ ଓ ଆମପାଣି ବନପାଳ ମନୀଷା ପଟ୍ଟନାୟକ ସହିତ ବିରିମୁହାଣ କୁଟୁରୁ ଓ କାଦୋମଲି ରାସ୍ତା ବିଷୟରେ ଆଲୋଚନା କରିଥିଲେ । ପରେ ଆନ୍ଦିଝରନ ଗ୍ରାମରେ ପହଞ୍ଚି ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏଥି ସହିତ ସରକାରୀ ନିୟମ ଅନୁସାରେ ଯୋଗ୍ୟ ହିତାଧିକାରୀ ଜଙ୍ଗଲ ଜମିପଟା କେମିତି ଶୀଘ୍ର ପାଇ ପାରିବେ ସେନେଇ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ କାଦୋମଲି ଗ୍ରାମକୁ ଗ୍ରସ୍ତ କରି ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ କହିଥିଲେ । ସେଠାରୁ ବିରିମୁହାଣ ଗ୍ରାମରେ ପହଞ୍ଚି ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ, ପାଠପଢା, ଶିକ୍ଷକ ମାନେ ଉପସ୍ଥିତ କେମିତି ରହୁଛନ୍ତି ସେ ବିଷୟରେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ପଚାରି ବୁଝିଥିଲେ । ପରେ ନିର୍ମାଣଧିନ ସ୍କୁଲ କୋଠା କାର୍ଯ୍ୟ ଦତାରଖ କରି ଶିକ୍ଷକମାନଙ୍କ ସହିତ ସ୍କୁଲର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରି ଫେରିଛନ୍ତି । ଉପାଧ୍ୟକ୍ଷଙ୍କ ସହିତ ଆମପାଣି ଜିଲ୍ଲା ପରିଷଦ ହେମନ୍ତ ମାଝୀ, ମନୋରଞ୍ଜନ ବାଣୁଆ, ତାପସ ରାୟ, ସଞ୍ଜୟ ସିଙ୍ଗଲ, ବିନୋଦ ସିଂ ସମେତ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nineteen − 17 =