ସୁନାବେଡା ଅଭୟାରଣ୍ୟରେ ପାନୀୟ ଜଳ ସମସ୍ୟା, ଗ୍ରାମବାସୀଙ୍କ ସହ ଆଲୋଚନା କଲେ ଜିଲାପରିଷଦ ସଭ୍ୟ

0 74

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟରେ ଦୀର୍ଘ ଦିନରୁ ପାନୀୟ ଜଳ ସମସ୍ୟା ଲାଗି ରହିଅଛି । ସୁନାବେଡା ଅଭୟାରଣ୍ୟ ସମୁଦ୍ର ପତ୍ତନରୁ ୩୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ । ଏଠାରେ ଆଦିମ ଜନଜାତି ଚକୁଟିଆ ଭୁଞ୍ଜିଆ, ଆଫିମ ଜନଜାତି ବସବାସ କରିଛନ୍ତି । ସୁନାବେଡା ଗ୍ରାମରେ ପାନୀୟ ଜଳ ସମସ୍ୟା ରହିଥିବା ବେଳେ ଏହାର ସମାଧାନ ନେଇ ବସୁଧା ଯୋଜନାରେ ଦୁଇ ବର୍ଷ ତଳେ ପ୍ରକଳ୍ପ ଆରମ୍ଭ ହୋଇଥିଲା । କିନ୍ତୁ ତାହା କାର୍ଯ୍ୟକ୍ଷମ ହୋଇପାରିନଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଆଜି ଜିଲ୍ଲା ପରିଷଦ ସଭ୍ୟ ମୁରଲୀ ଭୋଇ ଏବଂ ମାଲ୍ୟ ବନ୍ତ ସୁନା ଗସ୍ତ କରି ଅଭୟାରଣ୍ୟ ବସୀଙ୍କ ସହ ଆଲୋଚନା କରିଥିଲେ । ବିଶେଷ ରୂପେ ପାନୀୟ ଜଳ ସମସ୍ୟା ଉପରେ ଆଲୋକପାତ କରିଥିଲେ ।ପାଇପ, ଟାଙ୍କି ଏବଂ ଜଳ ଯୋଗାଣ ସମସ୍ତ ବ୍ୟବସ୍ଥା ସତ୍ୱେ ଗ୍ରାମବାସୀଙ୍କୁ ପାଣି ମିଳୁପାରୁନାହିଁ । ସୌରଚାଳିତ ପାଣି ମେସିନ ଥିଲେ ମଧ୍ୟ ତାହା କାମ କରୁନଥିବାରୁ ବିଦ୍ୟୁତ ଚାଳିତ ମେସିନ ଯୋଗାଇ ଦିଆଯାଇଛି । କିନ୍ତୁ ଦୁର୍ଭାଗ୍ୟ କଥା ଯେ, ମେସିନ କାର୍ଯ୍ୟକ୍ଷମ ହେଲା ବେଳକୁ କେତେକ ସ୍ଥାନରେ ପାଇପ ଫାଟି ଯାଇଥିବା ଜଣାପଡିଛି । ଏଣୁ ଏହାକୁ ତୁରନ୍ତ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଦାବୀ ହେଉଅଛି ।

hiranchal ad1
Leave A Reply

Your email address will not be published.

thirteen + 19 =