ପୁଲୱାମା ସହିଦ ଯବାନଙ୍କ ଶ୍ରଦ୍ଧାଞ୍ଜଳିରେ ରକ୍ତଦାନ ଶିବିର ଆୟୋଜିତ

0 77

ଫୁଲବାଣୀ :- ଆଜି ଫେବୃଆରୀ ୧୪ ତାରିଖ । ୨୦୧୯ ଠିକ୍‌ ଆଜିର ଦିନ ଜାମ୍ମୁ ଓ କାଶ୍ମୀର ପୁଲୱାମା ଠାରେ ଆତଙ୍କବାଦୀଙ୍କର ଆତ୍ମଘାତି ବିସ୍ଫୋରଣରେ ସହିଦ ୪୦ ଜଣ ସିଆରପିଏଫ ଯବାନଙ୍କର ଅମର ଆତ୍ମାର ସଦଗତି ଏବଂ ଦେଶ ପାଇଁ ଦେଇଥିବା ସର୍ବୋଚ୍ଚ ବଳିଦାନକୁ ସମ୍ମାନ ଜଣେଇ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟିମ ହ୍ୟୁମାନିଟି କନ୍ଧମାଳ ତରଫରୁ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ୱରୁପ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଆଜି ସକାଳ ୮ ସମୟରେ ଟିମ ହ୍ୟୁମାନିଟି କନ୍ଧମାଳର ଆବାହକ ଭି.ଲୋକନାଥ ରାଜୁଙ୍କ ନେତୃତ୍ୱରେ ଫୁଲବାଣୀ ମାଦିକୁନ୍ଦା ଛକ ଠାରେ ଟିମର ସଦସ୍ୟ ଓ ସଦସ୍ୟାମାନେ ଏକତ୍ରିତ ହୋଇଥିଲେ । ସେଠାରୁ ପୁଲୱାମା ସହିଦ ଯବାନଙ୍କ ତୈଳ ଚିତ୍ର ଥିବା ଏକ ବ୍ୟାନର ନେଇ ଟିମର ସଦସ୍ୟ ଓ ସଦସ୍ୟାମାନେ ସହିଦ ଯବାନ ଅମର ରହେ ଓ ଜୟ ଯବାନ ନାରା ଦେଇ ଏକ ଶୋଭାଯାତ୍ରାରେ ସ୍ଥାନୀୟ ରକ୍ତ ଭଣ୍ଡାରରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ଫୁଲବାଣୀ ଉପ ଜିଲ୍ଲାପାଳ ଶେଷଦେବ ମିଶ୍ର ଉଦଘାଟନ କରିଥିଲେ । ଶିବିରରେ ରକ୍ତଭଣ୍ଡାରର କର୍ମଚାରୀ ଡାଃ ଜୟଦୀପ ଘୋଷ, ଦିନକୃଷ୍ଣ ମହନ୍ତ, ସୁଜିତ କୁମାର ସାହୁ, ଲଷ୍ମୀଧର ମଣ୍ଡଳ, ସାକେତ ରାଣୀ ନାଏକ, ସଂଯୁକ୍ତା ଦଳଛତ୍ର, ବରୁଣ ବେହେରା ଏବଂ ପ୍ରଶାନ୍ତ କୁମାର ରତ୍ନାଳୁ ପ୍ରମୁଖ ସମ୍ପାଦନ କରିଥିଲେ । ପୁନଶ୍ଚ ରକ୍ତଦାନ ଶିବିରରେ ମହେନ୍ଦ୍ର ସୁବୁଦ୍ଧି, ବିରଜା ମହୋନ ରଥ, ଡି ଏମ ଆର ସି ଆଶିଷ କୁମାର ମହାନ୍ତି, ମା ବ୍ରାହ୍ମଣୀଦେବୀ ଆଳତି ବାହିନୀ, ଆକ୍ସିସ ବ୍ୟାଙ୍କ୍‌ ଷ୍ଟାଫ୍‌, ବଣିକ ସଙ୍ଘ ସଭାପତି ଅଶୋକ ପଟ୍ଟନାୟକ, ଜିଲ୍ଲା ଆପାତକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ଅତିରିକ୍ତ ଜିଲ୍ଲାପାଳ ପ୍ରିୟଦର୍ଶିନୀ ସ୍ୱାଇଁ, ପୈାର ପରିଷଦର କାର୍ଯ୍ୟ ନିର୍ବାହୀ ଅଧୀକାରୀ ବଳଦେବ ବେହେରା, ମୁଖ୍ୟ ଚିକିତ୍ସାଳୟ ପିପିସି ସେଣ୍ଟର କିଛି କର୍ମଚାରୀ, ଫୁଲବାଣୀର କିଛି ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ କରି କିଛି ମହିଳା ରକ୍ତଦାତା ଏବଂ ଟିମ ହ୍ୟୁମାନିଟି କନ୍ଧମାଳର ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ନିଜେ ରକ୍ତ ଦାନ କରିବା ସହ ଜନସାଧାରଣଙ୍କୁ ରକ୍ତଦାନ କରିବାପାଇଁ ଉତ୍ସାହିତ କରିଥିଲେ । ଏଥିରେ ଟିମ୍‌ର ସମସ୍ତ ସଦସ୍ୟସଦସ୍ୟା ଏବଂ ରକ୍ତ ଭଣ୍ଡାରର କାର୍ଯ୍ୟକର୍ତ୍ତା ସଂପୂର୍ଣ୍ଣ ସହଯୋଗ କରି ମୋଟ ୧୨୧ ୟୁନିଟ ରକ୍ତ ସଂଗ୍ରହ କରି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ପରିଚାଳନା କରି ଶିବିରକୁ ସଫଳ କରାଇଥିଲେ ।

hiranchal ad1
Leave A Reply

Your email address will not be published.

fourteen − twelve =