ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଘଟଣା,ଚିକିତ୍ସାଧିନ ଅବସ୍ଥାରେ ଜଣେ ମୃତ

0 144

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କୋଟଗଡ଼ ଗେଟାବାଲି ଗ୍ରାମ ନିକଟରେ ଘରୋଇ ଯାତ୍ରୀ ବାହି ବସ୍‌ ଦୁର୍ଘଟଣା ଘଟଣାରେ ୧୬ ବର୍ଷର ଜଣେ ନାବାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ନାବାଳକ ଜଣକ କୋଟଗଡ଼ ବ୍ଲକ୍‌ ଆଡ଼ଙ୍ଗାମାଲ ଗ୍ରାମର ରାହୁଲ ପାଟ୍ଟମାଝୀ ହୋଇଥିବା ଜଣାପଡ଼ିଛି । ଗତକାଲି ସାଲୁଙ୍କି ନାମକ ଏକ ଘରୋଇ ବସ୍‌ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରୁ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ନେଇ ଫୁଲବାଣୀ ଅଭିମୁଖେ ଆସୁଥିବା ବେଳେ କୋଟଗଡ଼ ଥାନା ଗେଟାବାଲି ନିକଟରେ ଚକା ଫାଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାରେ ଅଧିକାଂଶ ଯାତ୍ରୀ ଆହତ ହୋଇଥିବା ବେଳେ କୋଟଗଡ଼ ଗୋଷ୍ଠୀ ପ୍ରାଥମିକ ଚିକିତ୍ସା ପରେ ୨୯ ଜଣଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ବାଲିଗୁଡ଼ାରୁ ପୁଣି ୧୫ ଜଣକୁ ଫୁଲବାଣୀ ଓ ଦୁଇ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଥିମଧ୍ୟରୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଜଣେ ନାବାଳକର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

two × 4 =