ପାଟଣାଗଡ : ଆଜି ପାଟଣାଗଡ ବିଜେଡି ପକ୍ଷରୁ ଉଷୁନା ଚାଉଳ ଉଠାଣ ପରିମାଣ ହ୍ରାସ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ଯୋଗୁଁ ୫ କିଲୋ ଚାଉଳ କଟା ପ୍ରସଙ୍ଗକୁ ନେଇ ବ୍ଲକରେ ଥିବା ୩୦ ଗୋଟି ପଞ୍ଚାୟତରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଏହି ବିଧାୟକ ସରୋଜ କୁମାର ମେହେରଙ୍କ ସମେତ ପଞ୍ଚାୟତ ସ୍ତରିୟ ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ପଞ୍ଚାୟତ ସମ୍ମୁଖରେ ଧାରଣାରେ ବସିପଡିଥିଲେ । ଏଥିସହ ପିଇଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି । ଏହି ଦାବିପତ୍ରରେ ୫ କେଜି ଉଷୁନା ଚାଉଳ କଟା ସମେତ ଡିଜେଲ, ପେଟ୍ରୋଲ ଓ ଇନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ସହ ୧୫ ଲକ୍ଷ ଟଙ୍କା ସମସ୍ତଙ୍କ ବ୍ୟାଙ୍କ ଖାତାରେ ଜମା କରିବାର ମିଛ ପ୍ରତିଶ୍ରୁତି ଉଲ୍ଲେଖ ରହିଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ ସମସ୍ତ ନେତା ଓ କର୍ମୀ ଯୋଗଦେଇଥିବା ଜଣାପଡିଛି ।