ଭୀମା ବିବାହ ଓ ବିହନ ଯାତ୍ରା ସହ ସମାପନ ହେଲା ବାଲିଯାତ୍ରା

0 45

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଦୀର୍ଘ ଏକ ମାସ ଧରି ଚାଲିଥିବା ବାଳିଯାତ୍ରା ବୁଧବାର ପଣ୍ଡରା ଭୀମା ଦେବଙ୍କ ବିବାହ ଓ ବିହନ ଛିନା କାର୍ଯ୍ୟ ସହ ଉଦଯାପିତ ହୋଇଛି । ଗତକାଲି ଭିମା ଖୁଣ୍ଟ ସ୍ଥାପନ ଓ ବଳୀ ପ୍ରଦାନ କରାଯାଇଥିବା ବେଳେ ବୁଧବାର ସକାଳୁ ପ୍ରଥମେ ମା’ ମାନପୁରିଆଣୀ, ଲଙ୍କେଶ୍ୱରୀ, ପଣ୍ଡରା ଭିମା, ପରଦେଶେନ, ଠାକୁରାଣୀ ଆଦି ଦେବା ଦେବୀଙ୍କୁ ପିଠରେ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ପଣ୍ଡରା ଭୀମା ଦେବ ଓ କନ୍ଦେଣି ଦେବୀଙ୍କ ହଳଦୀ ଗନସନ କାର୍ଯ୍ୟ ହୋଇଥିଲା । ପରେ ମନ୍ଦିର ନିକଟରୁ ଦେବାଦେବୀ ମାନଙ୍କ ସହିତ ବିରାଟ ପଟୁଆରରେ ବାହାରି ଗାଁ ନଈ କୂଳରେ ବାଳିଗଜା ବିଶର୍ଜନ କରାଯାଇଥିଲା । ସେଠାରେ ଫେରିବା ପରେ ପଣ୍ଡରା ଭୀମା ଦେବ ଓ କନ୍ଦେଣି ଦେବୀଙ୍କୁ ଶୁଭପାଣି ଅର୍ପଣ ବା ବିବାହ କରାଇଥିଲା । ଏହାପରେ ଭୀମା ଦେବ ହଲ ଲଙ୍ଗଳ କରି ଧାନ ଅମଳ କାର୍ଯ୍ୟ କରିଥିଲେ । ପରେ ବିହନ ଛିନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିହନ ନେବା ପାଇଁ ଗ୍ରାମବାସୀ ଓ ଚାଷୀ ମାନେ ସାମିଲ ହୋଇ ଦେବାଦେବୀଙ୍କଠାରୁ ବିହନ ସଂଗ୍ରହ କରିଥିଲେ । ଏହା ପରେ ଗୁରୁମେ ମାସେ କାଳ ଧରି ବିଭିନ୍ନ ଦେବାଦେବୀମାନଙ୍କ କାଳିଶୀ ଚଢିଥିବା କୁମାରୀ ବାଳିକା ଯୁବକ ମହିଳା ଓ ପୁରୁଷ ମାନଙ୍କୁ ମୁକ୍ତ କରିବା ସହିତ ପୂନର୍ବାର ଯେମିତି କାଲିଶୀ ନଚଢେ ସେଥିପାଇଁ ମନ୍ତ୍ର ଆମନ୍ତ୍ରଣ କରି ବନ୍ଧନ କରିଥିଲେ । ଏହା ପରେ ସମସ୍ତେ ପ୍ରସାଦ ସେବନ କରି ବାଳୀଯାତ୍ରା ମହୋତ୍ସବକୁ ସମାପ୍ତ କରିଥିଲେ । ଗ୍ରାମବାସୀଙ୍କ ସହଯୋଗରେ ଦୀର୍ଘ ମାସେ ସମୟ ଧରି ଚାଲିଥିବା ବାଳୀଯାତ୍ରାକୁ କମିଟି ସଭାପତି ଘନଶ୍ୟାମ ବେମାଲ, ଉପସଭାପତି ତୁଲାରାମ ନାଏକ, ସମ୍ପାଦକ ଋତୁରାଜ ପ୍ରଧାନୀ, କୋଷାଧ୍ୟକ୍ଷ ହେମରାଜ ବେମାଲ, ଉପଦେଷ୍ଟା କମିଟିର ବଲସିଂ ଧଙ୍ଗଡାମାଝୀ, ମନୋଜ ଦାସ, ଧର୍ମୁ ଦୁର୍ଗା, ମନ୍ମଥ ଦାସ, ସନ୍ତୋଷ ଦାସ, ଟଙ୍କ ପୁଝାରୀ, ଚମାର ଧଙ୍ଗଡାମାଝୀ, ବିମଳ କୁମାର ଦାସ, ଚୂଡ଼ାମଣି ଦାସ, ଜଗଦୀଶ ସିଂ, ଅଭିମନ୍ୟୁ ପୁଝାରୀ ସମେତ ପ୍ରମୁଖ ଗ୍ରାମବାସୀ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

two × 2 =