ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ସଚେତନତା ଶିବିର

0 71

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ବନଖଣ୍ଡ ଅଧିନସ୍ଥ ସିନାପାଲି ବନାଞ୍ଚଳ ତରଫରୁ ସିନାପାଲି ଠାରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିନାପାଲି ବିଡିଓ ସର୍ବେଶ୍ୱର ଜାଲ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଡିଏଫଓ ଶୁଶିଲ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଏସିଏଫ ଖଡିଆଳ ପ୍ରଭାକର ମଲ୍ଲିକ, ସିନାପାଲି ତହସିଲଦାର ଉପାଞ୍ଜଲି ମାଝି, ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝି, ଉପାଧ୍ୟକ୍ଷା ମିନା ଘିଭେଲା, ସମିତି ସଂଘ ସଭାପତି ମନିଶ କୁମାର ପଟେଲ କେନ୍ଦୁଲିପ ଏସିଏଫ୍‌ ଖଡ଼ିଆଳ, ଘଣ୍ଟିଗୁଡା ସରପଂଚ ତଥା ସରପଂଚ ସଂଘ ସଭାପତି ଖୁଟୁରାମ ସୁନାନୀ, ଜିଲ୍ଲାପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ଗୁଆଲ, ଆଶା ଜୈନ ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମ ମଞ୍ଚାସିନ ହୋଇଥିବା ଅତିଥି ବୁନ୍ଧଙ୍କୁ ସ୍ୱାଗତ ଫରେଷ୍ଟର ମହାଦେବ ବନ୍ଦିଚୋର କରିଥିବା ବେଳେ ଫୋଲତୋଡା ଦେଇ ସ୍ୱାଗତ କରିଥିଲେ । ସିନାପାଲି ବନାଞ୍ଚଳ ଅଧିକାରୀ ମୁରାରୀ ପ୍ରସାଦ ପଣ୍ଡା ସଭା ପରିଚାଲନା କରିଥିଲେ । ଅତିଥି ମାନେ ପ୍ରଥମେ ମାଁ ଦୁର୍ଗାଙ୍କ ଫଟୋଚିତ୍ରରେ ମାଳ୍ୟାପଣ ଅର୍ପଣ କରି ଦୀପ ପ୍ରଜ୍ୱଳିତ କରିଥିବା ବେଳେ ସ୍ୱାଗତ ସଚେତନ ଗୀତ ଗୋପାଳ ଭୋଇ ଗାନ କରିଥିଲେ । ଫରେଷ୍ଟର ଶ୍ରୀ ବନ୍ଦିଚୋର ୬ଟି ସେକ୍ସନର ୩୦ ଟି ବିଟ୍‌ର ବିବରଣୀ ପ୍ରଦାନ କରିଥିବା ବେଳେ ନିଆଁ ପାଇଁ ସଚେତନତା ପ୍ରକାଶ କରିଥିଲେ । ମଞ୍ଚାସିନ ଅତିଥି ମାନେ ଜଙ୍ଗଲରେ ଯେଭଳି ନିଆଁ ନଲାଗିବ ସେନେଇ ଅନେକ ସଚେତନତା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦୁଲିପ୍‌ ରେଞ୍ଜର ସନ୍ତୋଷ ସୁନାନୀ, ସରପଂଚ ବିରଞ୍ଚି ଜଗତ, ମଦନ ଦଣ୍ଡସେନା, ବୈକୁଣ୍ଠ ଦଣ୍ଡସେନା, ଉଦିତ ପ୍ରତାପ ସିଂ ଜୌତି, ପ୍ରସନ୍ନ ମାଝି, ଅମିତ ଜୈନ ସମେତ ଫରେଷ୍ଟର ଖଗେଶ୍ୱର ମାଝି ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ଫରେଷ୍ଟର ରଂଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

four × three =