ହକି ବିଶ୍ୱକପ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନବରଙ୍ଗପୁର ଜିଲ୍ଲା ପୁରସ୍କୃତ

0 90

ନବରଙ୍ଗପୁର : ପୁରୁଷ ବିଶ୍ୱ କପ ହକି ୨୦୨୩ ଆୟୋଜନର ପ୍ରଚାର ପ୍ରସାର ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି । ନବରଙ୍ଗପୁର ଜିଲ୍ଲାର ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସହ ସ୍ୱତନ୍ତ୍ର ଗ୍ରାମ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରି ରାଜ୍ୟ ସ୍ତରରେ ଏହି କୃତିତ୍ୱ ହାସଲ କରି ପାରିଛି । ଏହି ପରିପେକ୍ଷୀରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ଗୃହ, କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାର କାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍‌, ଜଳ ସମ୍ପଦ ବିଭାଗ ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଖବର ପ୍ରଘଟ ହେବା ପରେ ନବରଙ୍ଗପୁର ଜିଲ୍ଲାରେ ଉତ୍ସାହର ଲହରି ଖେଳି ଯାଇଛି । ବିଭିନ୍ନ ମହଲରୁ ଉତ୍ସୁକ ବ୍ୟକ୍ତିବିଶେଷ ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

hiranchal ad1
Leave A Reply

Your email address will not be published.

15 + four =