ଭୂମିପଟ୍ଟା ଦେବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ରାଜସ୍ୱ ନିରୀକ୍ଷକ

0 46

ସମ୍ବଲପୁର : ଜଣେ ବ୍ୟକ୍ତିକୁ ତାଙ୍କ ଭୂମିପଟ୍ଟା ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ରାଜସ୍ୱ ନିରୀକ୍ଷକ । ସମ୍ବଲପୁର ଜିଲ୍ଲା ସ୍ଥିତ କୁଚିଣ୍ଡା ଉପଖଣ୍ଡ ଓ ବ୍ଲକର ମହୁଲପାଲି ଥାନା ଅନ୍ତର୍ଗତ ଗୋଛରା ରାଜସ୍ୱ ନୀରିକ୍ଷକ ସତ୍ୟ ନାରାୟଣ କଉଡିଙ୍କୁ ଏଭଳି ଅଭିଯୋଗରେ ଆଜି ଗିରଫ କରାଯାଇଛି । ଏକ ମ୍ୟୁଟେଶନ ମାମଲାରେ କୁଚିଣ୍ଡା ତହସିଲଦାରଙ୍କ ଠାରୁ ନିଜ ଜମି ପାଇଁ ପଟ୍ଟା ଜାରି କରିବାକୁ ଜଣେ ବ୍ୟକ୍ତି ଆବେଦନ କରିଥିଲେ । ଏହି ଭୂମିପଟ୍ଟା ଦେବା ପାଇଁ ରାଜସ୍ୱ ନିରୀକ୍ଷକ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ, ଏବିଷୟରେ ସହାୟତା ପାଇଁ ଉକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ଲାଞ୍ଚ ଲୋଭୀ ରାଜସ୍ୱ ନିରୀକ୍ଷକଙ୍କୁ ରଙ୍ଗେ ହାଥ ଧରିବା ପାଇଁ ଭିଜିଲାନ୍ସ ବିଭାଗ ଜାଲ ବିଛାଇଥିଲେ ଓ ଲୋଭବଶତଃ ସେ ସେଥିରେ ଧରା ପଡ଼ିଥିଲେ । ଏହି ମାମଲାରେ ଧରା ପଡ଼ିଲା କ୍ଷଣି ତାଙ୍କ ଆୟ ବହିର୍ଭୁତ ସମ୍ପତ୍ତି ବିଷୟରେ ଜାଣିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ । ଏବିଷୟରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଓ ତଦନ୍ତ ଜାରି ରଖାଯାଇଛି ।

hiranchal ad1
Leave A Reply

Your email address will not be published.

two × 1 =