ନାଟ୍ୟକାର ଆପନ୍ନା ପାରିଛଙ୍କ ୧୪୫ତମ ଜୟନ୍ତୀ ଉତ୍ସବ

0 115

ପାରଳାଖମୁଣ୍ଡି : ଓଡ଼ିଶା ସାହିତ୍ୟ ଏକାଡେମୀ,ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଆପନ୍ନା ପରିଛାସ୍ମୃତି ସାଂସଦଙ୍କ ମିଳିତ ଉଦ୍ଦେମ୍ୟରେ ଜୟନ୍ତୀ ଉତ୍ସବ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଅନୁଷ୍ଠିତ ହୋଇସାରିଛି । ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ଶାଖା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାରସ୍ୱତ ସଭାରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ପୁର୍ଣ୍ଣଚନ୍ଦ୍ର ମହାପାତ୍ର,ମୁଖ୍ୟବକ୍ତା ଡ.ଅଜୟ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଅର୍ଚ୍ଚନା କୁମାରୀ ମଙ୍ଗରାଜ,ବିନୋଦ ଚନ୍ଦ୍ର ଜେନା, ଆଶାଲତା ପାଣିଗ୍ରାହୀ, ଏବଂ ଡ. କଲ୍ୟାଣୀ ମିଶ୍ର, ବିଷ୍ଣୁ ମୋହନ ଅଧିକାରୀ, ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆପନ୍ନାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ସାହିତ୍ୟିକ ଅଶୋକ କୁମାର ତ୍ରିପାଠୀଙ୍କୁ ଆପନ୍ନା ପରିଛା ସ୍ମୃତି ସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ମୁରଲିଧର ପରିଛା ବିବରଣୀ ପାଠ କରିଥିଲେ । ହରିମୋହନ ପଟ୍ଟନାୟକ, ସ୍ୱାଗତ ସମ୍ଭାଷଣ, ବି. କୋମାଳାଙ୍ଗି ପ୍ରାରମ୍ଭିକ ସଙ୍ଗୀତ, ଭାଗବତ ପାଢ଼ୀ ପରିଚୟ ପ୍ରଦାନ, ରାଜେନ୍ଦ୍ର ପଢ଼ିଆରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାରସ୍ୱତ ସଭାରେ ଆପନ୍ନା ପରିଛା ବିଦ୍ୟାଳୟର ସର୍ବଗୁଣ ଦକ୍ଷତା ସମ୍ପନ୍ନ ଛାତ୍ରୀ ଅଭିପ୍ସା ଶବର ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ସମ୍ମାନ ଦିଆଯାଇଥିବାବେଳେ ସେହି ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ମନୋଜିନୀ ପାତ୍ର ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସମୁହଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାରଣ ଏହି ବିଦ୍ୟାଳୟଟି ୨୦୨୨ର ଜିଲ୍ଲାସ୍ତରରେ ଏହି ବିଦ୍ୟାଳୟଟି ଗଜପତି ଜିଲ୍ଲା ପ୍ରଥମ ଆଦର୍ଶ ବିଦ୍ୟାଳୟ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭୁବନେଶ୍ୱର ଦ୍ୱାରା ପୁରସ୍କୃତ ହୋଇଥିଲା । କାର୍ଯ୍ୟକ୍ରମକୁ ଶରତ ଚନ୍ଦ୍ର ସାହୁ, ନିବେଦିତା ପଟ୍ଟନାୟକ, ନିତ୍ୟାନନ୍ଦ ଚୌଧୁରୀ, ସଚ୍ଚିଦାନନ୍ଦ ସାମଲ, ରାଜେଶ୍ୱରୀ ସ୍ୱାଇଁ, ଅନୁଶ୍ରୀ ପଟ୍ଟନାୟକ, ସଂଗୀତା ପାତ୍ର, ତ୍ରିପତି ପଣ୍ଡା, ବିଷ୍ଣୁ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

11 + two =