ରକ୍ତ ଭଣ୍ଡାରରେ ଅଚଳାବସ୍ଥା, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି

0 122

ସୁବର୍ଣ୍ଣପୁର: ସୋନପୁର ରକ୍ତଭଣ୍ଡାରରେ କର୍ମଚାରୀଙ୍କ ଘୋର ଅଭାବ ପରିଲକ୍ଷିତ ହୋଇଛି ।ଏଠାରେ ୫ ଜଣ କର୍ମଚାରୀଙ୍କ ସ୍ଥାନରେ ୩ ଜଣ କର୍ମଚାରୀ ଅବସ୍ଥାପିତ ଥିଲେ । ସେଥିମଧ୍ୟରୁ ଜଣେ ଯିଏକି ଅବସରଗ୍ରହଣ ପରେ ତାଙ୍କୁ ଚାକିରୀରେ ରଖାଯାଇଥିଲା, ଯାହା ଫଳରେ ୩ ଜଣଙ୍କ ମଧ୍ୟରୁ ୨ ଜଣ ଟେକ୍ନିସିଆନ ଯଥାକ୍ରମେ ରକ୍ତର ପରୀକ୍ଷା କାମରେ ନିୟୋଜିତ ଥିଲେ । ହେଲେ ନିକଟରେ ଜିଲ୍ଲାର ତରଭା ଠାରେ ଜଣେ ଟେକନିସିଏନ୍‌ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧାହେବା ପରେ ତାଙ୍କ ସ୍ଥାନରେ ଏଠାରେ ଯିଏ ଲେବ୍‌ ଟେକ୍ନିସିଆନ ଟିଟୁ ଭୋଇ ଥିଲେ ତାଙ୍କୁ ବଦଳି କରି ଦିଆଯାଇଛି ।ହେଲେ ବର୍ତ୍ତମାନ ସୋନପୁର ରକ୍ତ ଭଣ୍ଡାର ରେ କେହି ଜଣେବି ଟେଷ୍ଟିଂ ଟେକ୍ନିସିଆନ ନଥିବାରୁ ଗତ ୭ ଦିନ ଧରି ଏଠାରେ ରକ୍ତ ଦାନରୁ ସଂଗ୍ରହ ହୋଇଥିବା ପ୍ରାୟ ୨୩୫ ୟୁନିଟ ରକ୍ତର ଗୁରୁତ୍ୱ ପୁର୍ଣ୍ଣ ‘ଏଲିଶା’ ପରୀକ୍ଷା (ରକ୍ତ ଦ୍ୱାରା ସଂକ୍ରମଣ ରୋଗ) ହୋଇପାରୁ ନାହିଁ । ଏହି ପରୀକ୍ଷା ରକ୍ତର ସଂକ୍ରମଣ ସଂପର୍କିତ ଥିବା ଯୋଗୁଁ ଯାହାକି ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଅଟେ ।
ଯାହାର ପରିଣାମ ସ୍ୱରୂପ ଗତ ୭ ଦିନ ଧରି ଜଣେବି ରୋଗୀ ରକ୍ତ ପାଇପାରୁ ନାହାନ୍ତି । ଏଥିପାଇଁ ସହରର ସଚେତନ ବର୍ଗରେ ଖୁବ ପ୍ରତିକ୍ରିୟା ପ୍ରକାଶ ପାଇଛି । ତିନିଦିନ ଧରି ବ୍ୟକ୍ତିଗତ ସ୍ତରରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ବର୍ତ୍ତମାନ ଉପୁଜିଥିବା ଏହି ସ୍ପର୍ଶକାତର ପ୍ରସଙ୍ଗ ଭଳି ଏକ ସମସ୍ୟାର ସମାଧାନ କରୁନାହାନ୍ତି ବୋଲି ଅତ୍ୟନ୍ତ କ୍ଷୋଭର ସହ ଏକ ପ୍ରେସବିଜ୍ଞପ୍ତି ମାଧ୍ୟମରେ ନିଜର ପ୍ରତିକ୍ରିୟା ଜଣାଇଛନ୍ତି ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକ । ଏହାର ମଧ୍ୟ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ପ୍ରତ୍ୟକ୍ଷ ହସ୍ତକ୍ଷେପ କରି ଏ ଅଚଳାବସ୍ଥା ଦୁର କରିବାକୁ ଜିଲ୍ଲାର ସଚେତନ ବର୍ଗ ଦାବି କରିଛନ୍ତି । ଅନ୍ୟଥା ଶହ ଶହ ରୋଗୀ ଅକାଳ ମୃତ୍ୟୁବରଣ କରିବା ଆଶଂକାକୁ ଏଡ଼ାଇ ଦିଆଯାଇନପାରେ । ପ୍ରକାଶ ଥାଉକି ନିକଟରେ ଏହି ପ୍ରସଙ୍ଗରେ ଜିଲ୍ଲା ରକ୍ତଦାତା ସେବା ସଂଘ, ଜିଲ୍ଲା ଡ୍ରାଇଭର ସଂଘ ଓ ରାଜ୍ୟ ସମାଜସେବୀ ସଂଗଠନ ତରଫରୁ ଏ ନେଇ ମଧ୍ୟ ସିଡିଏମ୍‌ଓଙ୍କୁ ଏକ ଦାବିପତ୍ର ଦିଆ ଯାଇଥିଲା, ତଥାପି ସିଡିଏମଓ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ବରଂ ଫୋନଯୋଗେ ଆଜି ତାଙ୍କର ପ୍ରତିକ୍ରିୟା ଚାହିଁବାରୁ ଆପଣ ନ୍ୟୁଜ୍‌ ବାହାର କରିପାରନ୍ତି କିନ୍ତୁ ଗତକାଲି ଠାରୁ ବଦଳି ଯାଇଥିବା ଟେକନିସିଏନ୍‌ଙ୍କୁ ଏଠାରେ ଜଏନ୍‌ ପାଇଁ ଅର୍ଡ଼ର କରିସାରିଛି ବୋଲି ପ୍ରକାଶ କରିଛନ୍ତି । ଏଣୁ ଏଭଳି ପରିସ୍ଥିତିରେ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରି ଏ ଅଚଳାବସ୍ଥା ଦୂର କରିବାକୁ ସାଧାରଣରେ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

20 − 18 =