ନୟାଗଡ଼ର ବିଭିନ୍ନ ଶୈବପୀଠରେ ମହା ଶିବରାତ୍ରୀ ପାଳିତ

0 159

ଦଶପଲ୍ଲା : ଜାଗର ତିଥିରେ ନୟାଗଡ଼ ଜିଲ୍ଲାରର ସମସ୍ତ ଶିବ ମନ୍ଦିରରେ ମହାପ୍ରଭୁ ମହାଦେବଙ୍କୁ ଦର୍ଶନ କରିଛନ୍ତି ଶହ ଶହ ଶ୍ରଦ୍ଧାଳୁ । ଏହାସହ ବ୍ରତଧାରୀମାନେ ଉଜାଗର ହୋଇ ଜଳିଛନ୍ତି ଦୀପ । ନୟାଗଡ଼ ଜିଲ୍ଲାର ପୁରପଲ୍ଲୀରୁ ସହର ସମସ୍ତ ଶିବ ମନ୍ଦିରରେ ଏହି ଉତ୍ସବ ଦେଖିବାକୁ ମିଳିଛି । ନୟାଗଡ଼ ଜିଲ୍ଲାର ପ୍ରମୁଖ ଶୈବ ପୀଠ ଶରଣକୁଳର ଲଡୁବାବା, ପଣ୍ଡୁସରର ଉଗ୍ରେଶ୍ୱର ମହାଦେବ, ବାହାଡାଝୋଲାର ଦୂତିକେଶ୍ୱର ମହାଦେବ, ନୂଆଗାଁ ଚନ୍ଦ୍ରଶେଖର ମହାଦେବ, କଳସାଖମଣ ନୀଳକଣ୍ଠେଶ୍ୱର, ବାଣିଗୋଚ୍ଛା ଯୋଗେଶ୍ୱର ମହାଦେବ, ଟାକେରା ବାବା ସିଦେ୍ଧଶ୍ୱର, ଡିହଗାଁ ଜଳେଶ୍ୱର, ମଧ୍ୟଖଣ୍ଡ ସ୍ୱପ୍ନେଶ୍ୱର ମହାଦେବ, ମାଳିସାହି ନୀଳକଣ୍ଠେଶ୍ୱର, ସୁବଳୟା ଅର୍ଦ୍ଧକପାଳେଶ୍ୱର, ଗଣିଆଁ ଛାମୁଣ୍ଡିଆ ସ୍ଥିତ ଗୁପ୍ତେଶ୍ୱର ଓ ସୋମନାଥ ବଜାର ସ୍ଥିତ ଶ୍ରୀ ଶ୍ରୀ ସୋମନାଥ ମହାଦେବଙ୍କ ପୀଠରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହାସହ ବିଭିନ୍ନ ସ୍ଥାନରେ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ସମୟରେ ସମସ୍ତ ଶୈବ ପୀଠରେ ଉପବାସ କରୁଥିବା ଶ୍ରଦ୍ଧାଳୁମାନେ ଦୀପ ଜାଳି ମହାପ୍ରଭୁଙ୍କୁ ସ୍ମରଣ କରିଥିଲେ । ହୁଳ ହୁଳି ଓ ହରିବୋଲରେ ପ୍ରକମ୍ପିତ ହୋଇଥିଲା ଶୈବ ପୀଠ । ରାତି ୧୧ ଘଣ୍ଟିକା ପରେ ପର୍ଯ୍ୟାୟ କ୍ରମେ ସମସ୍ତ ଶୈବ ପୀଠରେ ମହାଦୀପ ଦର୍ଶନ କରିଥିଲେ ଭକ୍ତ । ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସମସ୍ତ ଶୈବ ପୀଠ ଉପରେ ନଜର ରଖାଯିବା ସହ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

3 + 12 =