ପୁରୀ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମହାଶିବରାତ୍ରି ଉପଲକ୍ଷେ ଗୋଆର ମୀରାମାର ସମୁଦ୍ର ବେଳାଭୂମିରେ ନିର୍ମାଣ କରିଥିଲେ ମହାଦେବଙ୍କ ବିଶାଳ ବାଲୁକା ମୂର୍ତ୍ତି । ଏହି ବାଲୁକା ମୂର୍ତ୍ତିରେ ପ୍ରଭୁ ମହାଦେବ କୈଳାଶ ପର୍ବତ ଉପରେ ବସିଥିବାର ଦୃଶ୍ୟ ଦେଖାଇବା ସହିତ ନନ୍ଦୀଙ୍କର ଏକ ସୁନ୍ଦର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୧୦ଘଣ୍ଟା ସମୟ ଲାଗିଥିଲା । ଏହି ବାଲୁକା ମୂର୍ତ୍ତିଟି ୭ପୁଟ ଲମ୍ବା ଏବଂ ୨୦ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୨୦ଟନ ବାଲି ଉପଯୋଗ କରାଯାଇଛି । ଏଥିରେ “Happy Sivaratri ” ଏବଂ “World Peace”ର ବାର୍ତ୍ତା ଦେଇଛନ୍ତି ।
ଏହି ବାଲୁକା କଳାକୁ ଗୋଆ ମୁଖ୍ୟମନ୍ତ୍ରୀ ଡ୍ର. ପ୍ରମୋଦ ସାବନ୍ତ ଏବଂ ଯୋଗ ଗୁରୁ ଶ୍ରୀ ରାମଦେବ ଜୀ ଏହି ବାଲୁକା କଳା କୁ ଉଦଘାଟନ କରିଥିଲେ । ପ୍ରଭୁ ମହାଦେବଙ୍କ ବାଲୁକା କଳା ପାଖରେ ଆଳତି କରି ମାନସ ସାହୁଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ ।
Sign in
Sign in
Recover your password.
A password will be e-mailed to you.