ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

0 109

ଫୁଲବାଣୀ: ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ୧୨ ଜଣଙ୍କ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ସୁନୀଲ ଦିଗାଲଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୪୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋସ୍କୋ କୋର୍ଟର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।ଘଟଣା ଅନୁସାରେ ଗତ ୦୩.୯. ୨୦୧୯ ତାରିଖ ଦିନ ନାବାଳିକା ପୀଡିତାର ବାପା ମାଆ କାମ କରିବାକୁ ବିଲକୁ ଯାଇଥିଲେ, ପୀଡିତା ନିଜ ଘରେ ଏକୁଟିଆ ଥିଲା । କିନ୍ତୁ ବାପା ମାଆ ସନ୍ଧ୍ୟାରେ ଘରକୁ ଫେରିବା ପରେ ଝିଅ ଘରେ ନଥିଲା, ଆଖପାଖ ସାହି ପଡ଼ିଶା ଖୋଜା ଖୋଜି କରିଥିଲେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇ ପାରି ନଥିଲେ । ୩ ଦିନ ପରେ ପବିଙ୍ଗୀଆ ଗ୍ରାମର ସୁନୀଲ ଦିଗାଲ ଅପହରଣ କରି ନେଇଥିବା ଜାଣିବାକୁ ପାଇଥିଲେ । ପୀଡିତା ଫେରିବା ପରେ ସମସ୍ତ ଘଟଣା କାନ୍ଦି କାନ୍ଦି ମୋତେ ବୁଲାଇ ନେବାକୁ କହି ନୂଆଁଗାଁକୁ ନେଇଯାଇ ଥିଲା, ସେଠାରେ ପହଞ୍ଚିବା ପରେ ତାର ବଡ ଦିଦିକୁ ସ୍ତ୍ରୀ ଭାବରେ ରଖି ମାନସିକ ଶାରୀରିକ ନିର୍ଯାତନା ଦେଇ ବାରମ୍ବାର ଦୁଷ୍କର୍ମ କରୁଥିଲା ଏବଂ ପୀଡିତାକୁ ମଧ୍ୟ ଧମକ ଦେଇ ଦୁଷ୍କର୍ମ କରିଥିବା କଥା କହିଥିଲା । ପରେ ପୀଡିତାର ପରିବାର ରାଇକିଆ ଥାନାରେ ଏତଲା ଦେଇଥିଲେ । ପୋଲିସ ଏ ସଂକ୍ରାନ୍ତରେ ୬୧/୧୯ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ସୁନୀଲକୁ ଗିରଫ କରି କୋର୍ଟରେ ହାଜର କରାଇଥିଲା । ସେହି ମାମଲାରର ବିଚାରଣ କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି । ଏଥି ସହିତ ଏହି ମାମଲାରେ ପୀଡିତାର ପରିବାରକୁ ଆଇନସେବା ପ୍ରାଧିକରଣ ତରଫରୁ ୬ ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ଯୋଗାଇ ଦେବାଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

five + 11 =