ନନ୍ଦାହାଣ୍ଡିରେ “ଶିଶୁ ପାଇଁ ଦିନ ଟିଏ’ କାର୍ଯ୍ୟକ୍ରମ

0 69

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ସଦର ବ୍ଲକ ପରିସରରେ ଥିବା ବ୍ଲକ ସଭା ଗୃହଠାରେ ଶିଶୁ ପାଇଁ ଦିନ ଟିଏ ନିମନ୍ତେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ ଏବଂ ଶିଶୁ ଶ୍ରମିକ ନିରାକରଣ କମିଟିର ତ୍ରୋୟୋମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟତଃ ବାଲ୍ୟ ବିବାହ ଉପରେ ଆଲୋଚନା କରାଯାଇଥିଲା । କିପରି ବାଲ୍ୟ ବିବାହ ରୋକି ହେବ ଓ ଜନ ସାଧାରଣଙ୍କୁ କିପରି ସଚେତନତା କରିହେବ ତାହା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । କିଶୋରୀ ସଶକ୍ତିକରଣ, ବାଲ୍ୟବିବାହ ଉଚ୍ଛେଦ ଓ ଶିଶୁ ଶ୍ରମିକ ନିରାକରଣ ସହ ଜଣେ ଶିଶୁର ନିର୍ବିଘ୍ନରେ ସାମଗ୍ରୀକ ବିକାଶ ପାଇଁ ଅତିଥିମାନେ ସଚେତନ କରାଇଥିଲେ । ବିଭିନ୍ନ ଜାତିଆଣ ସମାଜର କର୍ମକର୍ତ୍ତାମାନଙ୍କୁ ନିମନ୍ତ୍ରଣ କରି ତାଙ୍କ ନିଜ ନିଜ ସମାଜରେ ଏହିସବୁ କୁପ୍ରଥାରୁ ଦୂରେଇ ରହିବା ପାଇଁ ଓ ପ୍ରତ୍ୟେକ ଲୋକଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସସ୍ମିତା ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ, ସମ୍ମାନୀୟ ଅତିଥି ଭାବେ ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ , ନନ୍ଦାହାଣ୍ଡି ତହସିଲଦାର ବନମାଳୀ ମେହେର, ପ୍ରୟାସ ଏନ୍‌ଜିଓର ନିର୍ଦ୍ଦେଶକ ସନ୍ତୋଷ ଷଡ଼ଙ୍ଗୀ , ନନ୍ଦାହାଣ୍ଡି ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିହର ବେହେରା, ଜିପିଇଓ ମୋଜେସ ଫେଡ୍ରିକ ନାଗ, ବ୍ଲକ ଶିଶୁ ବିକାଶ ପ୍ରକଳ୍ପର କର୍ମଚାରୀ ମାନେ ଉପସ୍ଥିତ ରହି ଥିଲେ । ଯେକୌଣସି ସମୟରେ ମଧ୍ୟ ଶିଶୁମାନଙ୍କ ପ୍ରତି ଅନ୍ୟାୟ, ଅତ୍ୟାଚାର, ଶୋଷଣ କିମ୍ବା ଅନୈତିକ କାର୍ଯ୍ୟରେ ନିୟୋଜିତ ହୋଇ ଶିଶୁ ଅଧିକାର କ୍ଷୁର୍ଣ୍ଣ ହେଉଥିଲେ, ଆମେ ସମସ୍ତେ ମିଶି ତାକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ୍ଷମତା ପରିସରରେ ଥିବା ସାହାଯ୍ୟ ସହଯୋଗ ଯୋଗାଇ ଦେବୁ ବୋଲି ସିଡିପିଓ ପ୍ରତିଶ୍ରୁତି ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

seven + eighteen =