ଏଲଏଣ୍ଡଟି କମ୍ପାନୀରୁ ଚୋରି ଘଟଣା, ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

0 106

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣା କଟକ ପୋଲିସ ହାତରେ ଗତ ଶୁକ୍ରବାର ଦିନ ଏକ ବଡ଼ ଧରଣର ଚୋର ଗ୍ୟାଙ୍ଗ ଧରା ପଡିଥିବା ବେଳେ ପୋଲିସ ଉକ୍ତ ଟ୍ରକ ଓ ଚୋରି ସାମଗ୍ରୀ ଜବତ ସହ ସମସ୍ତ ଆସାମୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିଲା । ଏନେଇ ସୋମବାର ଦିନ ପୁରୁଣାକଟକ ପୋଲିସ ପକ୍ଷରୁ ୫ଜଣ ଅଭିଯୁକ୍ତଙ୍କ ନାମରେ ୨୭/୨୩ ଅଣ୍ଡର ସେକ୍ସନ ୩୭୯/୩୪ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ବେଳେ ଉକ୍ତ ଚୋର ଗ୍ୟାଙ୍ଗଙ୍କ ଅଧିକ ଚେର ଲମ୍ବିଥିବା ନେଇ ସନ୍ଦେହରେ ପୋଲିସ ପକ୍ଷରୁ ଅଧିକ ପଚରା ଉଚରା ଜାରି ରହିଛି ଏବଂ ଏହି ଚୋରି ରାକେଟରେ ଆଉ କେଉଁମାନେ ସାମିଲ ଅଛନ୍ତି ଓ କେତେ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି ସେନେଇ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଥିବା ଜଣାପଡିଛି । ସୂଚନା ମତେ ହରଭଙ୍ଗା ବ୍ଲକ ପାଣିଘରା ଠାରେ ଏଲ ଏଣ୍ଡ ଟି ନାମକ କମ୍ପାନୀ ମେଗାଜଳ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇ କମ୍ପାନୀ ପକ୍ଷରୁ ବର୍ତ୍ତମାନ ରାସ୍ତା କଡ଼କୁ ଖୋଳି ମାଟି ଭିତରେ ପାଇପ ବିଛା କାର୍ଯ୍ୟ ଜାରି ରଖିଥିବା ବେଳେ ଏହାର ସୁଯୋଗ ନେଇ କିଛି ବାହାର ରାଜ୍ୟ ଚୋର ଗ୍ୟାଙ୍ଗ ରାସ୍ତା କଡ଼ରେ ପଡିଥିବା କମ୍ପାନୀର ପାଇପ ଗୁଡିକ କାଟି ଚୋରି କରୁଥିବା କୌଣସି ପକ୍ଷରୁ ପୋଲିସ ଖବର ପାଇଁ ଉକ୍ତ ଟ୍ରକକୁ ଯାଞ୍ଚ କରିବା ସହ ୬ଜଣ ଆସାମୀକୁ ଅଟକ ରଖି ଥାନାକୁ ଆଣି ପଚରାଉଚରା ଜାରି ରଖିଥିଲା । ସୂଚନା ଥାଉକି ଏହା ପୂର୍ବରୁ କମ୍ପାନୀର ବିଭିନ୍ନ ସାମଗ୍ରୀ ଚୋରି ହେଇଥିବା ନେଇ ଅଭିଯୋଗ ଥିବା ବେଳେ ଉକ୍ତ ଚୋର ଗ୍ୟାଙ୍ଗକୁ ଧରି ତଦନ୍ତ କଲାପରେ ପୂର୍ବରୁ ହୋଇଥିବା ଚୋରି ସମ୍ପର୍କିତ ସୂଚନା ଠାବ ହେବା ସହ ପୋଲିସକୁ ଏକ ବଡ଼ ସଫଳତା ମିଳିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏନେଇ (ସିଜି ୧୦ ବି ଏଚ ୨୮୪୪) ନାମକ ଟ୍ରକ ଜବତ ସହ ୬ ଆସାମୀ ଓ ଚୋରି ହୋଇଥିବା ପାଇପ ସାମଗ୍ରୀକୁ ଜବତ କରି ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ସୋମବାର ଦିନ ସୁମନ ଦାସ (୨୨) ସିପାତି ଜିଲ୍ଲା, ଆକାଶ ଦେଙ୍ଗା (୩୩) ବିଳାସପୁର ଜିଲ୍ଲା, ଛତିଶଗଡ ରାଜ୍ୟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ବେଗୁନିଆର ସମୀର ନାୟକ, ମୟୁରଭଞ୍ଜ ଜିଲ୍ଲା ବଇସିଂହା ଥାନା ହରିପୁର ଦେବ ସିଂ (୫୦). ଏସ କେ ଆସରଫ (୨୨) ଭୁବନେଶ୍ୱର ଖଣ୍ଡଗିରି ଦୁମଡୁମା ଅଞ୍ଚଳର ହୋଇଥିବାବେଳେ ଏମାନଙ୍କୁ ସୋମବାର ଦିନ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଜ୍ୟୋତ୍ସା କାଉଁରୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

four + 15 =