ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା, ପେଟ୍ରୋଲିଂ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ

0 149

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ପେଟ୍ରୋଲିଂ କରୁଥିବା ସମୟରେ ସୂଚନା ପାଇ ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଜବତ କରିଛି ପୋଲିସ୍‌ । ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବା ବେଳେ ଗଞ୍ଜେଇକୁ ଜବତ କରିଛି ପୋଲିସ୍‌ । ସୂଚନା ପ୍ରକାରେ ପୋଲିସ୍‌ ପେଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ା ଥାନା ବାରଖମା ଅଞ୍ଚଳରେ ବେଆଇନ୍‌ ଗଞ୍ଜେଇ ଚୋରା ଚାଲାଣ ପାଇଁ ଗୋଟିଏ ସ୍ଥାନରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ଥିବା ଖବର ପାଇଥିଲା ପୋଲିସ୍‌ । ଘଟଣାସ୍ଥଳରେ ପହଞ୍ଚି ପୋଲିସ୍‌ ଛାନଭିନ୍‌ କରିବା ପରେ ବାରଖମା ଗ୍ରାମର ଏକ ନାଳ ନିକଟରୁ ୪୫୫ କେଜି ଗଞ୍ଜେଇ ଜବତ କରିଛି ପୋଲିସ୍‌ । ହେଲେ ଘଟଣାରେ କେହି ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନି ପୋଲିସ୍‌ । ବେଆଇନ୍‌ ଗଞ୍ଜେଇକୁ ଜବତ କରି ବାଲିଗୁଡ଼ା ଥାନା କେଶ୍‌ ନଂ ୪୯/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍‌ । ଗୋଟିଏ ପଟେ ଅଞ୍ଚଳରୁ ଗଞ୍ଜେଇ ଚାଷ ମୁଳପୋଛ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା ବେଳେ ମାଫିଆମାନେ ବିଭିନ୍ନ ପନ୍ଥା ଆପଣେଇ ଚୋରା ଚାଲାଣ କରିବାପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏଭଳି ପରିସ୍ଥିତିରେ ବାଲିଗୁଡ଼ା ପୋଲିସ୍‌ ସବୁ ଦିଗକୁ ଦୃଷ୍ଟିରେ ରଖି ଗଞ୍ଜେଇ ଚାଷକୁ ନଷ୍ଟ କରିବା ସହ ବେଆଇନ୍‌ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଜୋରଦାର ପ୍ରଚେଷ୍ଟା ଜାରି ରଖିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ବାବାଶଙ୍କର ସରାଫ ।

hiranchal ad1
Leave A Reply

Your email address will not be published.

twenty + seven =