ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ

0 116

ପୁରୀ : ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ଭିଜିଲାନ୍ସର ଦୁଇଜଣିଆ ଟିମ୍‌ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଜୟ ସେନାପତିଙ୍କ ଘରେ ଓ ଆପାର୍ଟମେଣ୍ଟର ଫ୍ଲାଟରେ ଚଢାଉ କରିଛନ୍ତି । ପୁରୀ ଦାମୋଦର ରୋଡ଼ ମଦନମୋହନ ଲେନରେ ଥିବା ସହକାରୀ ଯନ୍ତ୍ରୀ ଅଜୟ ସେନାପତିଙ୍କ ଘରେ ଓ ବଳିଆ ପଣ୍ଡା ଅଞ୍ଚଳରେ ଥିବା ଅନ୍ୟାନ୍ୟ ପାମ୍‌ ଆପାର୍ଟମେଣ୍ଟର ୨୦୬୩ ନଂ ରୁମରେ ପଶି ଭିଜିଲାନ୍ସ ତନାଘନ କରିଛି । ତେବେ ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରହିଥିବା ବେଳେ ଏନେଇ ଭିଜିଲାନ୍ସ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିଁ ।

hiranchal ad1
Leave A Reply

Your email address will not be published.

seventeen − two =