ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଲିଖିତ ପୁସ୍ତକ “ଏଗ୍‌ଜାମ୍‌ ୱାରିୟର୍ସ” ବଣ୍ଟନ

0 64

ସମ୍ବଲପୁର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲିଖିତ “ଏଗ୍‌ଜାମ୍‌ ୱାରିୟର୍ସ” ପୁସ୍ତକ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଛି । ଏହି ପୁସ୍ତକ ପାଇବା ପରେ ଛାତ୍ରଛାତ୍ରୀମାନେ ଖୁସିବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି । ପରୀକ୍ଷା ସମୟରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ଉପରେ ଥିବା ଚାପକୁ କମାଇବା ଏବଂ ପରୀକ୍ଷାକୁ ନେଇ ଥିବା ଭୟ ଦୂର କରିବା ସହ ବିଭିନ୍ନ ଉପାଦେୟ କଥା “ଏଗ୍‌ଜାମ୍‌ ୱାରିୟର୍ସ” ପୁସ୍ତକରେ ପୁସ୍ତକରେ ବର୍ଣ୍ଣନା କରାଯାଇଛି । ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କି ପରୀକ୍ଷା ସମୟରେ ଭୟ ଓ କୌଣସି ଚାପର ବଶବର୍ତ୍ତୀ ହେବା ଉଚିତ ନୁହେଁ । ପରୀକ୍ଷାକୁ ଏକ ବୋଝ ଭାବେ ନୁହେଁ ବରଂ ଉତ୍ସବ ଭାବେ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । “ଏଗ୍‌ଜାମ୍‌ ୱାରିୟର୍ସ” ପୁସ୍ତକରେ ଥିବା ନାନା ଉପାଦେୟ କଥା ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ପରୀକ୍ଷାରେ କାମ ଦେବ । ସଫଳତା ପାଇଁ ଉଭୟ ମନ ଓ ଶରୀରକୁ ସୁସ୍ଥ ରଖିବା ଜରୁରୀ, ଏହା ତାଙ୍କର ଆତ୍ମବିଶ୍ୱାସକୁ ବଢ଼ାଇବ ଜାତୀୟ ଶିକ୍ଷା ନୀତି – ୨୦୨୦ରେ ବୈଶ୍ୱିକ ନାଗରିକ ପ୍ରସ୍ତୁତ କରିବା ପାଇଁ ପ୍ରାଧାନ୍ୟ ଦିଆଯାଉଛି, ଯେଉଁମାନେ ଭାରତୀୟ ମୂଲ୍ୟବୋଧ “ବସୁଧୈବ କୁଟୁମ୍ବକମ” ଆଧାରରେ ମାନବତାର କଲ୍ୟାଣ ପାଇଁ ପ୍ରତିଜ୍ଞାବଦ୍ଧ ରହିବେ । ୨୦୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ସେହିପରି ଆମ ଦେଶ ଭାରତ ୨୦୪୭ରେ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଏହି ସମୟ ମଧ୍ୟରେ ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ଗଢ଼ି ତୋଳିବା ପାଇଁ ପ୍ରଧାନମନ୍ତ୍ରୀଙ୍କର କଳ୍ପନା ରହିଛି । ଏଥିପାଇଁ ଏହି କାଳଖଣ୍ଡରେ ଛାତ୍ରଛାତ୍ରୀଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ରାଷ୍ଟ୍ର ନିର୍ମାଣରେ ସକାରାତ୍ମକ ସହଭାଗିତା ପାଇଁ ଆହ୍ୱାନ ଦେବା ସହ ଏକ ଉଜ୍ୱଳ ଓ ସଫଳ ଭବିଷ୍ୟତ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ବୋଲି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୁଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

15 − fourteen =