ଜୟପୁର-ନବରଙ୍ଗପୁର ରେଳ ସଂଯୋଗୀକରଣ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଜନଶୁଣାଣି ବୈଠକ

0 92

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ପଞ୍ଚାୟତ ଅନ୍ତର୍ଗତ ନୀଳକଣ୍ଠଗୁଡା ଗ୍ରାମ ଠାକୁରାଣୀ ମନ୍ଦିର ପରିସରରେ ଜୟପୁରନବରଙ୍ଗପୁର ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଘରୋଇ ଜମି ଅଧିଗ୍ରହଣ ନିମନ୍ତେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ୮ ତାରିଖରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଭୂ ଅର୍ଜନ ବିଭାଗ ତରଫରୁ ତିନି ଗୋଟି ଗ୍ରାମ କେଶରୀଗୁଡା, ନବରଙ୍ଗପୁର ତଥା ଗାଦବାଗୁଡାର ମୋଟ ଏ ୭୩.୯୧୧ ଡିସମିଲ ଜମି ଅଧିଗ୍ରହଣ ନିମନ୍ତେ ଓଡ଼ିଶା ଭୂ ଅର୍ଜନ ଓ ଥଇଥାନରେ ଉଚିତ ମୂଲ୍ୟ ଏବଂ ସ୍ୱଚ୍ଛତା ଅଧିକାର ନିୟମ ୨୦୧୬ର ନିୟମ ୧୪ ଅନୁଯାୟୀ ଜନ ଶୁଣାଣୀ ପାଇଁ ନୋଟିସ ଜାରି କରାଯାଇଥିଲା । ଉକ୍ତ ବୈଠକରେ ତିନି ଗ୍ରାମରୁ ଅଧିଗ୍ରହଣରେ ଜମି ହରାଉଥିବା ବ୍ୟକ୍ତିମାନଙ୍କ ଆପତ୍ତି, ଅଭିଯୋଗ ତଥା ମତାମତକୁ ଜିଲ୍ଲା ପ୍ରଶାସନ ଦ୍ୱାରା ଶୁଣାଣୀ କରାଯାଇଥିଲା । ଉକ୍ତ ଆପତ୍ତି ଅଭିଯୋଗ ତଥା ମତାମତ ଗୁଡିକୁ ଓଡ଼ିଶା ସରକାରଙ୍କ ନିକଟରେ ପ୍ରେରଣ କରାଯିବା ବୋଲି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଥିଲା । ଉକ୍ତ ବୈଠକରେ ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ, ଜୟପୁର- ନବରଙ୍ଗପୁର ରେଳ ଲାଇନ ପ୍ରକଳ୍ପ ସୁରଜ ପଟ୍ଟନାୟକ, ଭୂ ଅର୍ଜନ ଅଧିକାରୀ, ଶ୍ରୀମତୀ ମୌସୁମୀ ନାୟକ, ରାଜ୍ୟ ସାମାଜିକ ପ୍ରଭାବ ଆକଳନ ପାଇଁ ଦିଆ ଯାଇଥିବା ଲାଇଫ ଏକାଡେମୀ ଫର ଭୋକେଶନଲ ଷ୍ଟଡି ସଂସ୍ଥା ତରଫରୁ ସତ୍ୟ ନାରାୟଣ ରଣା, ନବରଙ୍ଗପୁର ତହସିଲର ରାଜସ୍ୱ ପରିଦର୍ଶକ, ପ୍ରଶାନ୍ତ କୁମାର ଦାସ, ରାଜସ୍ୱ ନିରୀକ୍ଷକ ସାଗର ଖୁଣ୍ଟିଆ, ଅମିନ ଉମେଶ ସାଗରିଆ, ନନ୍ଦହାଣ୍ଡି ତହସିଲର ରାଜସ୍ୱ ପରିଦର୍ଶକ ମହମ୍ମଦ ଜାଭେଦ ଆଖତର, ସହାୟକ ରାଜସ୍ୱ ନିରୀକ୍ଷକ ନିରାକାର ସୌରା, ପୂର୍ବତଟ ରେଳ ବିଭାଗର ସିନିୟର ସେକ୍ସନ ଇଞ୍ଜିନିୟର ଏସ ଗୋପାଳଡୁ , ଏସମ କମ୍ପ ଇଞ୍ଜିନିୟର ସତ୍ୟମ ମାଝି , ଭୂ ଅର୍ଜନ ବିଭାଗର ବରିଷ୍ଠ ରାଜସ୍ୱ ସହାୟକ ଭବାନୀ ବାବୁ , ଜିଲ୍ଲା ସବ ରାଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ ସହାୟକ ସମୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

five × one =