ଲେପ୍ରା ସୋସାଇଟିର ୩୪ ତମ ପ୍ରତିଷ୍ଠା ଦିବସ ପାଳିତ

0 101

ସୁବର୍ଣ୍ଣପୁର: ଏଠାରେ ଅବସ୍ଥିତ ଲେପ୍ରା ସୋସାଇଟିର ୩୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜ଼ିଲ୍ଲାର ଡ଼ିଏଲଓ ପଦ୍ମ ହଂସା ଦୋରା ଏଡିଏମଓ ଆର. ସି .ସ୍ୱାଇଁ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁଙ୍କ ସମେତ ପ୍ରତି ବ୍ଲକର କୁଷ୍ଠ କର୍ମୀ ଯୋଗ ଦେଇ ଏହି ପ୍ରତିଷ୍ଠା ଦିବସରେ ପୁରୁଣା ସ୍ମୃତିକୁ ମନେ ପକାଇ ନିଜ ନିଜର ସମସ୍ତ ଅନୁଭୂତିକୁ ବାଣ୍ଟିଥିଲେ । କୁଷ୍ଠ ରୋଗକୁ ଜ଼ିଲ୍ଲାରୁ ମୂଳତ୍ପାଟନ କରିବାରେ ଆଗେଇଛି ଏବଂ ଏ ଦିଗରେ ଲେପ୍ରାସୋସାଇଟିର ଉଲ୍ଲେଖନୀୟ ଭୂମିକା ଓ ଉତ୍ସର୍ଗୀକୃତ ସେବାକୁ ମୁଖ୍ୟବକ୍ତା ଏଡିଏମଓ ଡାକ୍ତର ଆରସି ସ୍ୱାଇଁ ପ୍ରଶଂସା କରିଥିଲେ । ବହୁ ରୋଗୀ ଔଷଧ ସେବନ କରି ରୋଗ ମୁକ୍ତ ହୋଇ ଘରୁ କୁଆଡେ ନ ପଳାଇ ବିନା ବାଧାରେ ଘରେ ଆରାମରେ ରହୁଛନ୍ତି । ଲୋକେ ସଚେତନ ହୋଇ ଏ ରୋଗକୁ ଆଉ ଘୃଣା କରୁନାହାନ୍ତି ବୋଲି ଲେପ୍ରାର ଉଦ୍ୟମକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଲେପ୍ରା ସୋସାଇଟିର ସଂଯୋଜକ ନୃସିଂହ ମିଶ୍ର ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 3 =