ଗଜପତିର ସଫଳ ମାଛ ଚାଷୀ ରାଜ୍ୟସ୍ତରରେ ସମ୍ମାନିତ

0 101

ପାରଳାଖେମୁଣ୍ଡି : ଚାଷ ଅଛି ଯାହାର କି ଆନନ୍ଦ ତାହାର । ଏଭଳି ଜଣେ ଚାଷୀ ଯିଏ କି ନିଜ ଉଦ୍ୟମରେ ଛେଳି ବିକ୍ରି କରି ନିଜ ଜମିରେ ପୋଖରୀ ଖୋଳି ମାଛ ଚାଷ ଆରମ୍ଭ କରିଥିଲେ ଆଉ ଲାଭବାନ ମଧ୍ୟ ହଇଛିନ୍ତି । ପରେ ସରକାରୀ ସହାୟତା ପାଇ ବର୍ତ୍ତମାନ ଦେଢ ଏକର ପୋଖରୀରେ ମାଛ ଚାଷ କରି ଦୁଇ ଲକ୍ଷ ଟଙ୍କା ଲାଭବାନ ହେବା ପରେ ଏବେ କୁକୁଡ଼ା ଚାଷ ଓ ବିଭିନ୍ନ ପନିପରିବା ଚାଷ କରି ଚର୍ଚ୍ଚାରେ ରହିଛନ୍ତି ପାଣିଗଣ୍ଡା ପଂଚାୟତର ବିଜୟନଗର ଗ୍ରାମର ଜିଖାରିୟ ଶବର । ବିଭିନ୍ନ ଚାଷ କରି ଲାଭବାନ ହେଇଥିବାରୁ ଜିଲ୍ଲାପାଳଙ୍କ ଦ୍ୱାରା ମତ୍ସ୍ୟ ବିଭାଗ ପକ୍ଷରୁ ସମ୍ମାନୀତ ହେଇଥିଲେ । ପରେ ଜିଲ୍ଲା ପକ୍ଷରୁ ତିନି ଜଣ ରାଜ୍ୟ ସ୍ତରକୁ ଯାଇଥିଲେ କିନ୍ତୁ ସେଠାରେ ଓଡ଼ିଶାର ୧୦ଜଣଙ୍କ ମଧ୍ୟରୁ ଗଜପତି ଜିଲ୍ଲାର ଜିଖାରିୟ ଶବର ଚୟନ ହୋଇଥିଲେ । ରାଜ୍ୟପାଳଙ୍କ ଦ୍ୱାରା କୃଷି ଓଡ଼ିଶା ପକ୍ଷରୁ କୃଷି ମନ୍ତ୍ରୀ ଓ କୃଷି ବିଭାଗ ଅଧିକାରୀଙ୍କ ଉପସ୍ଥିତରେ ତାଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ମାନୀତ କରାଯାଇଛି ।

hiranchal ad1
Leave A Reply

Your email address will not be published.

four + 14 =