ଦ୍ୱିିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ ଉଦ୍‌ଯାପିତ ଓ ସ୍ମରଣିକା ଉନ୍ମୋଚିତ

0 95

ଜହ୍ନାପଙ୍କ: ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଜଗତି ହାଇସ୍କୁଲ ପଡିଆରେ ଚାଲିଥିବା ଐତିହାସିକ ୨ୟ ଗନ୍ଧରାଢୀ ଲୋକକଳା ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଅତିଥିମାନେ ଗନ୍ଧରାଢୀ ପୀଠର ଐତିହାସିକ ପୃଷ୍ଠଭୂମି ଓ ଗାରିମା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମହୋତ୍ସବ କମିଟିର ସଭାପତି ଅଧିବକ୍ତା ଅଶୋକ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବେ ମାନ୍ୟବର ଉପବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂ, ସମ୍ମାନୀତ ଅତିଥିଭାବେ କଂଟାମାଳ ବିଧାୟକ ତଥା ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ମହିଧର ରଣା, ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଉପ ଜିଲ୍ଲାପାଳ ରବୀନ୍ଦ୍ର କୁମାର କହଁର, ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ନୟାଗଡ଼ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଅଧ୍ୟାପକ ଡ଼ଃ ବନାମ୍ବର ପୃଷ୍ଟି ଯୋଗଦେଇ ଗନ୍ଧରାଢୀ ଲୋକ କଳା ମହୋତ୍ସବ କେବଳ ମହୋତ୍ସବ ନୁହେଁ କଳା, ସଂସ୍କୃତି ଓ ପରମ୍ପରାର ଏକ ସମ୍ପର୍କର ସେତୁ ଓ ହଜାର ହଜାର ବର୍ଷର ବିଲୁପ୍ତ ହେବାକୁ ଯାଉଥିବା ପୂର୍ବ ଯଯାତି ନଗର ଆଜିର ଐତିହାସିକ ଗନ୍ଧରାଢୀକୁ ସାରା ବିଶ୍ୱରେ ପ୍ରଚାର ପ୍ରସାର ନିମନ୍ତେ ଏହି ମହୋତ୍ସବ ଆୟୋଜନ କରିଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଂପାଦକ ଶମ୍ଭୁ ଗିରି ମହୋତ୍ସବର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ମହୋତ୍ସବ କମିଟିର କୋଷାଧ୍ୟକ୍ଷ ନିରଞ୍ଜନ ଗିରି ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ମନରଞ୍ଜନ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ସାମ୍ବାଦିକ କ୍ଷେତ୍ରରେ ସୁଧାଂଶୁ ଶେଖର ମିଶ୍ର, ସତ୍ୟ ନାରାୟଣ ପାଣି, ସୀତାକାନ୍ତ ସିଂ, ନବ କିଶୋର ମେହେର, ପ୍ରକାଶ ବାରିକ, ଦୀପକ ଅଦର, ସମାଜସେବା କ୍ଷେତ୍ରରେ ବିଶିକେଶନ ପ୍ରଧାନ ସମେତ ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତିମାନଙ୍କୁ ଅତିଥିମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସିଆରସିସି ସନ୍ତୋଷ କୁମାର କର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ । ସର୍ବପ୍ରଥମେ ଅତିଥିମାନେ ମଞ୍ଚରେ ଥିବା ହର ଓ ହରିଙ୍କ ପ୍ରତିମୂର୍ତ୍ତୀରେ ଦୀପ ପ୍ରଜ୍ୱଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହାପରେ ସଙ୍ଗୀତ ନିର୍ଦ୍ଦେଶକ ବ୍ରହ୍ମା କୁମ୍ଭାରଙ୍କ ସଂଗୀତ ନିର୍ଦ୍ଦେଶନାରେ ସ୍ୱାଗତ ସଙ୍ଗୀତ ଗନ୍ଧରାଢୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ଗାନ କରିଥିଲେ । ସଭା ପୂର୍ବରୁ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏଥିରେ ସାଂସ୍କୃତିକ କମିଟି ଅଧକ୍ଷ ସ୍ୱାଧୀନ କୁମାର ପରିଡ଼ା ମଞ୍ଚ ପରିଚାଳନା କରିଥିଲେ । ସଭା ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଫୁଲବାଣୀ ନଟରାଜ କଳାପରିଷଦ ଦ୍ୱାରା ଓଡିଶୀ, ସମ୍ବଲପୁରୀ, ବରପଦର, ବଉଳି କଳା ପରିଷଦ ଦ୍ୱାରା ସମ୍ବଲପୁରୀ ଓ ଜାଇଫୁଲ ନୃତ୍ୟ, ଗନ୍ଧରାଢୀ କଳା ପରିଷଦ ବୌଦ୍ଧ ଦ୍ୱାରା ସମ୍ବଲପୁରୀ ନୃତ୍ୟ, କଲାଞ୍ଜଳି ବୌଦ୍ଧ ଦ୍ୱାରା ସମ୍ବଲପୁରୀ ନୃତ୍ୟ, ପ୍ରଣାମ ବୌଦ୍ଧ ଦ୍ୱାରା ଢାପ, ଆଞ୍ଚଳିକ କଳାକାର ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କ ଦ୍ୱାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀ, ଜହ୍ନ ।ପଙ୍କ ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର ଜହ୍ନାପଙ୍କ, ଖଳିଗାଁ ପ୍ରାଥମିକ ବିଦ୍ୟାଳୟ, ତେଲିବନ୍ଧ ଉଚ୍ଚ ବିଦ୍ୟାଳୟ, ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ ଛାତ୍ରଛାତ୍ରୀ ଦ୍ୱାରା ବିଭିନ୍ନ ସମ୍ବଲପୁରୀ ନୃତ୍ୟ ମଧ୍ୟରାତ୍ରି ପର୍ଯ୍ୟନ୍ତ ପରିବେଷଣ କରିଥିଲେ । ଶ୍ରୀକାନ୍ତ ଛତ୍ରିଆ ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ମହୋତ୍ସବର ସ୍ମରଣିକା ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବାରେ ଗନ୍ଧରାଢୀ ଲୋକକଳା ମହୋତ୍ସବ ସମସ୍ତ କର୍ମକର୍ତ୍ତା ଓ ଅଞ୍ଚଳବାସୀ ସହଯୋଗ କରିଥିଲେ । ଦର୍ଶକ ମିନାବଜାର ଓ ବିଭିନ୍ନ ଖାଦ୍ୟର ଭରପୁର ମଜା ନେଇଥିଲେ । ୫ ଦିନ ଧରି ଚାଲିଥିବା ଏହି ମହୋତ୍ସବ କାର୍ଯ୍ୟକ୍ରମକୁ ବିମଲ ଷ୍ଟୁଡ଼ିଓ ଦ୍ୱାରା ସିଧା ପ୍ରସାରଣ କରାଯାଇଥିଲା । ଏଥିରେ ବିମଲ ପ୍ରଧାନ ଓ ଶରତ ଦୀପ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

two × 3 =