ହରଭଙ୍ଗା ବ୍ଲକ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଗୋ-ବନ୍ଧ୍ୟା ନିରାକରଣ ଓ ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

0 220

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ସାକୁଷୀଙ୍ଗା ଗ୍ରାମରେ ଏକ ଗୋବନ୍ଧ୍ୟା ନିରାକରଣ ଓ ଚିକିତ୍ସା ଶିବିର ଆୟୋଜନ ହୋଇଯାଉଛି । ଏହି ସଚେତନତା କର୍ମଶାଳାରେ ହରଭାଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ବିରେନ୍ଦ୍ର କୁମାର ପୃଷ୍ଟି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ପ୍ରଭାସ କୁମାର ବେହେରା, ମୁଖ୍ୟ ବକ୍ତା ଭାବେ ବାଉଁଶୁଣୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ପ୍ରିୟବ୍ରତ ବେହେରା ଯୋଗଦେଇ ଉପସ୍ଥିତ ଗୋ ଚାଷୀମାନଙ୍କୁ ବିଭିନ୍ନ ଗୋଗ ଓ ତା’ର ନିରାକରଣ ଉପରେ ସଚେତନ କରିଥିଲେ । ଏହାପରେ ଉପସ୍ଥିତ ପ୍ରାଣୀ ଚିକିତ୍ସାଳ ଡ଼ା. ବେହେରା, ଧଳପୁର ଭାରପ୍ରପ୍ତ ପ୍ରାଣୀ ଧନ ନିରୀକ୍ଷକ ନିରଞ୍ଜନ ପାତ୍ର, ପୂର୍ବତନ ପ୍ରାଣୀ ଧନ ନିରୀକ୍ଷକ ନାରାୟଣ ବାରିକ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିରେ ବିଭାଗର ସହାୟକ ନିର୍ମଳ ପ୍ରଧାନ, ସଞ୍ଜୟ ସାହୁ, ଲକ୍ଷ୍ମଣ ମଲ୍ଲିକ, ନବଳିନ୍ଦୁ ମୈତ୍ରୀ, ସମାଜସେବୀ ଅମରେନ୍ଦ୍ର ମହାକୁଳ, ସୁନୀଲ ବାଘାର, ରଂଜନ ଅମାତଙ୍କ ସମେତ ଗ୍ରାମର ଯୁବକମାନେ ସହଯୋଗ କରିଥିଲେ । ଏହିପରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ଗ୍ରାମବାସୀମାନେ ଖୁସୀବ୍ୟକ୍ତ କରିଥିଲେ ।

hiranchal ad1
Leave A Reply

Your email address will not be published.

four × 5 =