କଳସ ଯାତ୍ରା ସହ ଆରମ୍ଭ ହେଲା ଚଣ୍ଡି ମନ୍ଦିର ପ୍ରତିଷ୍ଠା ଉତ୍ସବ

0 72

ଜହ୍ନାପଙ୍କ,୨୮/୨: ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଚଣ୍ଡିତଳର ନିର୍ମାଣ ହୋଇଥିବା ଚଣ୍ଡି ମନ୍ଦିରର ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ଆରମ୍ଭ ହୋଇଛି । ପୂର୍ବାହ୍ନ ୧୦ ଟାରେ ଚନ୍ଦ୍ରପୁର ଲଷ୍ମୀସାଗରରେ ଗଙ୍ଗା ମାତାଙ୍କୁ ଆବାହନ କରି ଶତାଧିକ ମହିଳା, ଯୁବତୀମାନେ କଳସୀରେ ଜଳ ଧରି ଏକ ଶୋଭାଯାତ୍ରାରେ ଚନ୍ଦ୍ରପୁର,ନାରାୟଣନଗର, ଜହ୍ନାପଙ୍କ ଗ୍ରାମ ଦେଇ ଚଣ୍ଡି ମନ୍ଦିରରେ ପହଁଚି ପରେ ପୂଜା ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା । ଲଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତଙ୍କ ନେତୃତ୍ୱରେ ଏହି କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଜହ୍ନାପଙ୍କ ସଂକୀର୍ତ୍ତନ ଓ ନମ ଗୁରୁ ଦଳ, ପୂର୍ବତନ ସରପଞ୍ଚ ଭୋଳାଗିରି ସାହୁ, ପୂର୍ବତନ ବୌଦ୍ଧ ବ୍ଳକ ଉପାଧ୍ୟକ୍ଷ ମନ ରଞ୍ଜନ ପୁରୋହିତ ଏହି ଶୋଭାଯାତ୍ରାରେ ସାମିଲ ଥିଲେ । ଏଥିରେ କର୍ତ୍ତାଭାବେ ବୌଦ୍ଧର ମହେଶ ଅଗ୍ରୱାଲ ଓ ତାଙ୍କର ଧର୍ମପତ୍ନୀ ଭାରତୀ ପୁରୋହିତ କାର୍ଯ୍ୟ ତୁଲାଇଥିଲେ । ରାମଚନ୍ଦ୍ର ପାଣିଗ୍ରାହୀ, ପ୍ରଦୀପ ପାଢ଼ୀ ଓ ସୁଶୀଳ ପାଣିଗ୍ରାହୀ ପୂଜା କାର୍ଯ୍ୟ ତୁଲାଉଛନ୍ତି । ପରେ ମଧ୍ୟାହ୍ନ ମଣ୍ଡପ ପୂଜା, ଧାନ୍ୟଧିବାସ, ବୁଧବାର ବିଗ୍ରହ ଓ ମନ୍ଦିର ସ୍ନାନ, ଶୟନ ନାମଯଜ୍ଞ ଅଧିବାସ, ଚଣ୍ଡିପାଠ, ଗୁରୁବାର ମନ୍ଦିର ଓ ବିଗ୍ରହ ନ୍ୟାସ, ଅଷ୍ଟପ୍ରହର ନାମଯଜ୍ଞ, ଶୁକ୍ରବାର କଳସ ସ୍ଥାପନ, ବିଗ୍ରହ ପ୍ରବେଶ ଓ ପୂର୍ଣାହୁତି ଆଦି କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ଚଣ୍ଡି ମନ୍ଦିର ପ୍ରତିଷ୍ଠା କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

four × two =