ହୀରାଞ୍ଚଳ ପ୍ରଭାବ: ଶିଶୁପୁତ୍ରର ମୁଣ୍ଡ ବଢିବା ପ୍ରସଙ୍ଗ, ଉଚ୍ଚତର ଚିକିତ୍ସା ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ବଢ଼ାଇଲା ହାତ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ବଳଦ ମୁଣ୍ଡା ଗ୍ରାମର ଅମିତ ଦେହୁରୀଙ୍କ ୭ବର୍ଷର ପୁଅ ଅଂଶୁମାନର ଦିନକୁ ଦିନ ମୁଣ୍ଡ ବୃଦ୍ଧି ପାଇବା ସହ ବିକଳାଙ୍ଗ ହେବା ଆଡକୁ ଗତି କରୁଛନ୍ତି । କିନ୍ତୁ ଅମିତ ଜଣେ ଦିନ ମଜୁରିଆ ହୋଇଥିବାରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପୁଅର ଚିକିତ୍ସା କରିବାକୁ ଅସମର୍ଥ ହୋଇ ଭଗବାନଙ୍କ ଭରସାରେ ଦିନ କାଟୁଥିଲେ । ଏହି ଘଟଣାକୁ ହୀରାଞ୍ଚଳ ଲାଇଭରେ ଖବର ପ୍ରସାରଣ ପରେ ଗୁରୁବାର ଦିନ ବ୍ଲକ ପ୍ରଶାସନ ମୁଖ୍ୟ ବିଡ଼ିଓ ସ୍ୱପ୍ନିତା ନାୟକ ବଳଦମୁଣ୍ଡା ଅମିତ ଦେହୁରୀଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରି ଏକ ସ୍ୱତନ୍ତ୍ର ଗାଡି ମାଧ୍ୟମରେ ପ୍ରଥମେ ବୌଦ୍ଧ ମେଡିକାଲ ପଠାଇଥିଲେ ଓ ସେଠାରୁ କଟକ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ବିଡ଼ିଓ ସୂଚନା ଦେଇଛନ୍ତି । ପ୍ରକଶଥାଉକି ଉକ୍ତ ଘଟଣାକୁ ନେଇ ଖବର ପ୍ରସାରଣ ପରେ ପ୍ରଶାସନ ସହାୟତା ହାତ ବଢାଇଥିବାରୁ ପରିବାରଲୋକ ହୀରାଞ୍ଚଳ ଲାଇଭର ପ୍ରତିନିଧି ଓ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି ।