ତୀର୍ଥଯାତ୍ରା ଯୋଜନା ପାଇଁ ୮ଟି ଜିଲ୍ଲାରୁ ୯୭୦ ବରିଷ୍ଠ ନାଗରିକ ଓ ୩୦ ଅଧିକାରୀ ଚିହ୍ନିଟ

0 49

ସମ୍ବଲପୁର: ଓଡିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ନିମନ୍ତେ ଚଳିତ ମାର୍ଚ୍ଚ ୧୬ରୁ ୨୨ ତାରିଖ ମଧ୍ୟରେ ସମ୍ବଲପୁର, ବରଗଡ, ଦେଓଗଡ, ଝାରସୁଗୁଡା, ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର ଓ ଅନୁଗୁଳ ଜିଲ୍ଲାରୁ ଚୟନ ହେଇଥିବା ୯୭୦ଜଣ ବରିଷ୍ଠ ନାଗରିକ ଯାତ୍ରା କରିବେ । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ସେମାନଙ୍କ ସାଥିରେ ୩୦ ଜଣ ଏସ୍କଟ ଅଫିସରଙ୍କୁ ନେଇ ମୋଟ ୧୦୦୦ ଜଣ ଶିରିଡି ଓ ନାସିକ ଦର୍ଶନ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ ଯାତ୍ରା କରିବେ । ଏହି ଯାତ୍ରାକୁ ସୂଚାରୁ ରୂପେ ଆୟୋଜନ କରିବା ପାଇଁ ସ୍ଥାନୀୟ ସର୍ବ ଶିକ୍ଷା ସମ୍ମିଳନୀ କକ୍ଷରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ପୂର୍ଣ୍ଣଚନ୍ଦ୍ର ସାହୁ, ସୂଚନା ଓ ଲୋକସମ୍ପର୍କ ବିଭାଗ(ଉତ୍ତରାଞ୍ଚଳ ଉପ ନିର୍ଦ୍ଦେଶକ ବିଜୟ କୁମାର ମିଶ୍ର, ସମ୍ବଲପୁର ମହାନଗର ନିଗମ ଉପାୟୁକ୍ତ ଶଙ୍କର ସାହୁ, ଡିଏସପି ଡିଆଇବି ଜେମେସ ସମଦ, ଜିଲ୍ଲା କ୍ରୀଡା ଅଧିକାରୀ ଲୋପାମୁଦ୍ରା କାଲୋ, ଓଏସଡି ପର୍ଯ୍ୟଟନ ହେମନ୍ତ କୁମାର ପ୍ରଧାନ, ଜିଲ୍ଳା ମଙ୍ଗଳ ଅଧିକାରୀ ଭାଗିରଥି ପଟେଲ, ଅତିରିକ୍ତ ଆରଟିଓ ଟିପୁ ସିଂ, ଏଲଏଓ ଆଦିତ୍ୟ କୁମାର ପଣ୍ଡା, ଜିଲ୍ଳା ସଂସ୍କୃତି ଅଧିକାରୀ ଦୀପକ କୁଲୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ସନ୍ତରଣ କୋଚ ଆଶୁତୋଷ ନାୟକ ସମେତ ଅଗ୍ନିଶମ ଅଧିକାରୀ ଉପସ୍ଥିତ ଥିଲେ ।
ମନୋନୀତ ବରିଷ୍ଠ ନାଗରିକମାନେ ସ୍ୱତନ୍ତ୍ର ବସ ଯୋଗେ ନିଜ ନିଜ ଜିଲ୍ଲାରୁ ସମ୍ବଲପୁର ଆସିବେ ଓ ସେଠାରୁ ଟ୍ରେନ ଯୋଗେ ଯାତ୍ରା କରିବେ । ଏଥିପାଇଁ ବସ ବ୍ୟବସ୍ଥା, ସମ୍ବଲପୁର ରେ ସେମାନଙ୍କ ପାଇଁ ଅସ୍ଥାୟୀ ରହଣି, ଖାଦ୍ୟପେୟ ବ୍ୟବସ୍ଥା, ପହଂଚିବା ପରେ ପଞ୍ଜିକରଣ, ଆଇନ ଶୃଙ୍ଖଳା ବ୍ୟବସ୍ଥା ପାଇଁ ପୋଲିସ ମୁତୟନ ବ୍ୟବସ୍ଥା, ଯାତ୍ରା ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ସମେତ ସମେତ ଯାତ୍ରା ସମୟରୁ ଆରମ୍ଭ କରି ଯାତ୍ରାରୁ ଫେରି ଘରେ ପହଂଚିବା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସୁବିଧା କରାଯିବା ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଅଧିକାରୀଙ୍କ ସହିତ ବିଷଦ ଭାବେ ଆଲୋଚନା କରିଥିଲେ । ସୂଚନା ଯେ ଏହି ଯାତ୍ରା ପାଇଁ ସମ୍ବଲପୁର ଜିଲ୍ଲାରୁ ୧୧୨ ଜଣ, ବରଗଡ଼ରୁ ୧୫୯, ଦେଓଗଡ଼ରୁ ୩୩, ଝାରସୁଗୁଡାରୁ ୬୨, ସୁନ୍ଦରଗଡ଼ରୁ ୨୨୫, ବଲାଙ୍ଗୀର ରୁ ୨୭୭, ସୁବର୍ଣ୍ଣପୁରରୁ ୬୫ ଓ ଅନୁଗୁଳରୁ ୧୩୭ ଜଣ ବରିଷ୍ଠ ନାଗରିକ ଯାତ୍ରା କରିବେ । ଅନ୍ୟ ଜିଲ୍ଲା ଏବଂ ସମ୍ବଲପୁରରୁ ଆସୁଥିବା ସମସ୍ତ ବିରିଷ୍ଠ ନାଗରିକ ନିମନ୍ତେ ସ୍ଥାନୀୟ ଆକାଂକ୍ଷା ହଷ୍ଟେଲ କାଇଁସିର , ପାନ୍ଥନିବାସ, ମାରୱାଡି ଧର୍ମଶାଳା ଏବଂ ପର୍ଶୁରାମ ଭବନରେ ଅସ୍ଥାୟୀ ରହଣିର ବ୍ୟବସ୍ଥା କରାଯାଉଛି ।

hiranchal ad1
Leave A Reply

Your email address will not be published.

18 − 16 =