ସରକାରୀ ଯୋଜନାରୁ ବଞ୍ଚିତ ବୃଦ୍ଧା

0 98

ହରଭଙ୍ଗା,୩/୩- ଗରିବ ଓ ଅସହାୟଙ୍କ ପାଇଁ ବିଭିନ୍ନ ଯୋଜନା କରି ସରକାର ବାହାବା ନେଉଥିବାବେଳେ ହରଭଙ୍ଗା ବ୍ଲକରେ ବାର୍ଦ୍ଧକ୍ୟ ଭତ୍ତା ବାଟ ମାରଣା ହେଉଥିବା ଅଭିଯୋଗ ହେଉଛି । ସୂଚନା ମତେ ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମର ବିଧବା ଅସହାୟ ବୃଦ୍ଧା ହେମ ଖପରଧୁଆ (୮୫)ବୟସର ଅପରାହ୍ନରେ ପହଂଚିଥିବା ବେଳେ ସରକାରୀ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଛନ୍ତି । ବହୁବାର ସ୍ଥାନୀୟ ପଂଚାୟତ, ବ୍ଲକ ପ୍ରଶାସନକୁ ଗୁହାରି କରି ଥକି ପଡ଼ିଥିବା କହିଛନ୍ତି ସେହି ବୃଦ୍ଧା ଜଣକ । ଏହି ଯୋଜନାରେ ଜନ ପ୍ରତିନିଧି ଓ ପଂଚାୟତ ବିଭାଗୀୟ କର୍ମଚାରୀଙ୍କ ବୈମାତୃକ ମନୋଭାବ ଓ ଖାମଖିଆଲି କାର୍ଯ୍ୟକଳାପ ପାଇଁ ହରଭଙ୍ଗା ବ୍ଲକ ଉପାନ୍ତ ଅଂଚଳ ବଣ ପାହାଡ଼ରେ ରହୁଥିବା ବହୁ ବୃଦ୍ଧ ବୃଦ୍ଧା, ବିକଳାଙ୍ଗ ଏହି ଯୋଜନା ରୁ ବଞ୍ଚିତ ଥିବା ମଧ୍ୟ ସୂଚନା ମିଳୁଛି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

five × 5 =