ଟେଲିକମ୍‌ ଗ୍ରାହକଙ୍କ ସୁରକ୍ଷା ଏବଂ ସାଇବର ଅପରାଧ ସଂପର୍କୀୟ କାର୍ଯ୍ୟକ୍ରମ

0 40

ଫୁଲବାଣୀ :- ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ଠାରେ ଟେଲିକମ୍‌ ନିୟନ୍ତ୍ରଣ ଅଥରିଟି ଇଣ୍ଡିଆ ପ୍ରାୟୋଜିତ ତଥା ବାର୍ଡ ସଂସ୍ଥା ଆୟୋଜିତ ଟେଲିକମ୍‌ ଗ୍ରାହକଙ୍କ ସୁରକ୍ଷା ଏବଂ ସାଇବର ଅପରାଧ ସଂପର୍କୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଯୋଗଦେଇ କଲେଜ ଅଧ୍ୟକ୍ଷ ପଞ୍ଚାନନ ବେହେରା ନେଟୱାର୍କ ସମସ୍ୟା ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ । ଦୀର୍ଘ ବର୍ଷ ଧରି ବିଭିନ୍ନ ଟେଲିକମ୍‌ ସଂସ୍ଥା ଠିକ୍‌ ସେବା ଯୋଗାଉନଥିବା ଅଭିଯୋଗ କରି ବହୁ ଛାତ୍ରଛାତ୍ରୀ କରିଥିବା ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ଟେଲିକମ କମ୍ପାନିର କର୍ମକର୍ତ୍ତା ଦେଇପାରିନଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ବରିଷ୍ଠ ଆଇନଜୀବୀ ତଥା ସ୍ୱତନ୍ତ୍ର ସାଧାରଣ ଅଭିଯୋଜକ ବିଜୟକୃଷ୍ଣ ପଟ୍ଟନାୟକ ଖାଉଟି ସୁରକ୍ଷା ଆଇନର ବିଭିନ୍ନ ଦିଗ ଏବଂ ସାଇବର ଅପରାଧ ସଂପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ପ୍ରକାଶ ସାହୁ ସରକାରଙ୍କ ଦ୍ୱାରା ଜାରି ବିଭିନ୍ନ ଟେଲିକମ୍‌ ନିୟମାବଳୀ ସଂପର୍କରେ ବୁଝାଇବା ସହ ଗ୍ରାହକଙ୍କ ସଚେତନତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏହି ଅବସରରେ ବିଏସଏନଏଲ୍‌, ଜିଓ ଏବଂ ଏଆରଟେଲ୍‌ ସଂସ୍ଥାର କର୍ମକର୍ତ୍ତା ଉପସ୍ଥିତ ଥିଲେ । ସରକାରୀ ମହାବିଦ୍ୟାଳୟର ପିଲା ଓ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କ ପାଇଁ ଏହି ସଚେତନତା କାର୍ଯ୍ୟକ୍ରମ ବେଶ୍‌ ଉପଯୋଗୀ ହୋଇଥିଲା ।

hiranchal ad1
Leave A Reply

Your email address will not be published.

14 − three =