ନୂଆପଡା ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

0 97

ନୂଆପଡା : ନୂଆପଡା ଜିଲ୍ଲା ସଦଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ଏବଂ ୧୦୭ ତମ ବିଜୁ ସେବା ଦିବସ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ ଯୋଗ ଦେଇ ଗ୍ରାମାଞ୍ଚଳର ବିକାଶ ସରକାରଙ୍କ ମୂଳ ଲକ୍ଷ୍ୟ ଅଟେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଉପଲକ୍ଷେ ଜିଲ୍ଲାର ୯ ଗୋଟି ବିଷୟରେ ପୁରସ୍କାର ବଣ୍ଟନ କରାଯାଇଅଛି । ଖଡ଼ିଆଳ ଚିଣ୍ଡାଗୁଡା ଗ୍ରାମ ପଞ୍ଚାୟତକୁ ସାମାଜିକ ସୁରକ୍ଷା, ମହିଳା ବନ୍ଧୁତ୍ୱ, ସ୍ୱାସ୍ଥ୍ୟ ସୁରକ୍ଷା ପଂଚାୟତ ରୂପେ ପୁରସ୍କୃତ କରିଛନ୍ତି । ଦୋହେଲପଡାକୁ ଦରିଦ୍ର୍ୟ ମୁକ୍ତ, ଜୀବନ ଜୀବିକା ବୃଦ୍ଧି ପଞ୍ଚାୟତ, କୋମନା କୋଣବିରାକୁ ଜଳ ସମ୍ପୂର୍ଣ୍ଣ ପଞ୍ଚାୟତ ରୂପେ, ନୂଆପଡା ଜିଲ୍ଲା ସଦର ବ୍ଲକ ସଲିହାକୁ ସ୍ୱଚ୍ଛ ଶାସନ, ଗୁଡ଼ ଗର୍ଭନେନ୍ସ ପଞ୍ଚାୟତ ,କୁଲିହାବନ୍ଧା ଗ୍ରାମପଞ୍ଚାୟତକୁ ଶିଶୁ ବନ୍ଧୁତ୍ୱ ପଞ୍ଚାୟତ ଏବଂ ଧରାମବନ୍ଧା ଗ୍ରାମପଞ୍ଚାୟତକୁ ସ୍ୱଚ୍ଛ ଏବଂ ସବୁଜ ଗ୍ରାମପଂଚୟତ ରୂପେ ସମ୍ମାନିତ ହୋଇଛନ୍ତି । ବୋଡେ଼ନ ବ୍ଲକ ଭଇଁସାଦାନୀ ଗ୍ରାମ ପଞ୍ଚାୟତକୁ ଉପଯୁକ୍ତ ଭିତ୍ତିଭୂମି ପଞ୍ଚାୟତ ରୂପେ ପୁରସ୍କୃତ କରାଯାଇଛି । ପ୍ରତ୍ୟେକ ପଞ୍ଚାୟତକୁ ଏକ ଲକ୍ଷ ଲେଖାଏଁ ଆର୍ଥିକ ପୁରସ୍କାର ଦିଆଯାଇଅଛି । ଜିଲ୍ଲା ପ୍ରଥମ ସଲିହ,ଦ୍ୱିତୀୟ ଚିଣ୍ଡାଗୁଡ ଏବଂ ତୃତୀୟ ରୂପେ କୋଣବିରା ।

hiranchal ad1
Leave A Reply

Your email address will not be published.

one × 2 =