ଶିକ୍ଷା ସୁରକ୍ଷା ରୋଜଗାର ଦାବିରେ ଏବିଭିପିର ଛାତ୍ର ସମାବେଶ

0 55

ଭବାନୀପାଟଣା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ ଶିକ୍ଷା ସୁରକ୍ଷା ରୋଜଗାର ପାଇଁ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଶିକ୍ଷା ସୁରକ୍ଷା ଆଉ ରୋଜଗାରର ଦାବିରେ ଆନ୍ଦୋଳନର ଡାକରା ଦେଇଥିଲା ବିଦ୍ୟାର୍ଥି ପରିଷଦ । ଏହି ଆନ୍ଦୋଳନ ଜିଲ୍ଲାର ୫୦୦ ରୁ ଉଦ୍ଧ୍ୱର୍ ଛାତ୍ର ଛାତ୍ରୀ ଯୋଗଦେଇ ନିଜର ଅଧିକାର ଦାବିରେ ଆନ୍ଦୋଳନ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଆର୍‌ଏସ୍‌ଏସ୍‌ର ବିଭାଗ ସଂଘ ଚାଳକ ଜୟ ନାରାୟଣ ବାବୁ ଉପସ୍ଥିତ ହୋଇ ଯୁବକ ମାନେ ରାଷ୍ଟ୍ର ସେବାରେ ସମର୍ପିତ ହେବା ପାଇଁ ଜାଗ୍ରତ କରାଇଥିଲେ । ଏବିଭିପିର ପ୍ରାନ୍ତ କୋଷାଧ୍ୟକ୍ଷ ଅଶୋକ ସିଂହ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଭିଷେକ ନାଏକ, ରାଜ୍ୟ କ୍ରୀଡ଼ା ପ୍ରମୁଖ ସୌରଭ ମିଶ୍ର, ବିଭାଗ ସଂଯୋଜକ ନୃପମଣି ବାହୁକ୍‌, ଜିଲ୍ଲା ସଂଯୋଜକ ତନ୍ମୟ ବିଶି, ବିଶ୍ୱବିଦ୍ୟାଳୟ ଶାଖା ୟୁନିଟ ସଭାପତି ନୀତିନ ନାଗ, ଉପସଭାପତି ଯଶୋବନ୍ତ ନାଏକ, ଭବାନିପାଟଣା ନଗର ସମ୍ପାଦକ ପଞ୍ଚାନନ ଦୁର୍ଗା, ନର୍ଲା ନଗର ସହ ସମ୍ପାଦିକା ନିକିତା ସାହୁ, ଧର୍ମଗଡ ଛାତ୍ର ନେତା ଅଭିମନ୍ୟୁ ଧଙ୍ଗଡାମାଝୀ ଓ କେସିଙ୍ଗା ଛାତ୍ର ନେତା ବିପୁଲ ବିକ୍ରାନ୍ତ ପଣ୍ଡା ଉପସ୍ଥିତ ଥିଲେ । ବିଭିନ୍ନ ବ୍ଲକର ଛାତ୍ର ନେତା ନିଜ ନିଜ ସମସ୍ୟା ଉପସ୍ଥାପନ କରି ଥିଲେ । କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଭିତ୍ତି ଭୂମି ବିକାଶ, ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟକୁ ସ୍ୱୟଂଶାସିତ ମାନ୍ୟତା ପ୍ରଦାନ ଓ ରୋଜଗାର ଦାବିରେ ଏହି ଆନ୍ଦୋଳନ ହୋଇ ଥିଲା ।ଆଗାମୀ ଦିନରେ ପ୍ରତ୍ୟେକ କ୍ୟାମ୍ପସରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ସାରା ଆନ୍‌ଦୋଳନ କରିବ ବୋଲି ଜିଲ୍ଲା ସଂଯୋଜକ ତନ୍ମୟ ବିଶି ନିଜର ମତ ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

19 − nineteen =