ଜଳୁଛି ହରଭଙ୍ଗା ବ୍ଲକର ସମସ୍ତ ଜଙ୍ଗଲ, ବେଫିକର ବନବିଭାଗ

0 104

ହରଭଙ୍ଗା : ସଂପୂର୍ଣ୍ଣ ଧ୍ୱଂସ ହୋଇଯିବକି ହରଭଙ୍ଗା ବ୍ଲକ ଅଧିନସ୍ଥ ଜଙ୍ଗଲ ! ଗପ ନୁହେଁ ବାସ୍ତବ ଚିତ୍ର ଏବେ ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକର ବିଭିନ୍ନ ଜଙ୍ଗଲରେ । ପୁରୁଣାକଟକ ବନ ବିଭାଗ, ମାଧପୁର ବନାଞ୍ଚଳ ଓ ବହୁ ଚର୍ଚ୍ଚିତ କୁସଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା ବହୁ ଜଙ୍ଗଲରେ ଦୁଇଦିନ ଧରି ନିଆଁ ଲାଗିଥିବାର ସ୍ଥାନୀୟ ବାସିନ୍ଦା ମାନେ ମତ ପ୍ରକାଶ କରିଥିବା ସହ ନିଆଁ ଲିଭାଇବାକୁ କୌଣସି ବନ ବିଭାଗ କର୍ମଚାରୀ ଆସୁନଥିବା ମଧ୍ୟ ଅଭିଯୋଗ ହୋଇଛି । ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ପୁରୁଣାକଟକ ରେଞ୍ଜ ଅନ୍ତର୍ଗତ ଅରାଗଡ଼ ପାହାଡ଼ର ସୁଲିଆ ଜଙ୍ଗଲ, ଗୁଣ୍ଡୁରୀବିଡା, ତିଲ୍ଲୀକିପୁର, ହରିଡ଼ା ବିଡା, ଅରଖ ପଦର, ମାଧପୁର ରେଞ୍ଜର ଗାଣ୍ଡାପାଜୁ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା କୁମାରୀ ବାଙ୍କଦେବୀ ପାହାଡ଼, ସୁନା ଖଣିଆ, ହାତୀଧରା, ମୁଣ୍ଡେଶ୍ୱର ଆଦି ଜଙ୍ଗଲରେ ନିଆଁ ଲାଗିଛି ହେଲେ, ବନ ବିଭାଗ ପାଖରେ ଏହାର ତଥ୍ୟ ନ ଥିବାରୁ ଦୁଇଦିନ ଧରି ଜଙ୍ଗଲ ଜଳୁଛି । ଫଳରେ ମୂଲ୍ୟବାନ ଗଛ, ଔଷଧିୟ ବୃକ୍ଷ, ବନ୍ୟ ପ୍ରାଣୀ ଧ୍ୱଂସ ହେବାରେ ବସିଲେଣି । ସ୍ଥାନେ ସ୍ଥାନେ ନିଆଁ ଭୟରେ ବନ୍ୟଜନ୍ତୁ ଜଙ୍ଗଲରୁ ବାହାରକୁ ଜୀବନ ବଞ୍ଚାଇବା ପାଇଁ ଧାଇଁ ଆସୁଥିବା ବେଳେ ଲୋକଙ୍କ ମୁଖରେ ପଡି ଶିକାର ହେଉଛନ୍ତି । ଏ ଦିଗରେ ତୁରନ୍ତ ବନ ବିଭାଗ ଦୃଷ୍ଟି ଦେବାକୁ ଅଂଚଳରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

twenty − 5 =