ବୌଦ୍ଧ,୬/୩- ସମବାୟ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ବ୍ୟ ।ଙ୍କିଂ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନହଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ୟାଙ୍କ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଅରୁଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟଜଳ, ସୂଚନା ଓ ଲୋକସମ୍ପର୍କ ବିଭାଗ ଶ୍ରୀଯୁକ୍ତ ପ୍ରଦିପ କୁମାର ଅମାତ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ବିଧାୟକ କଣ୍ଟାମାଳ ଶ୍ରୀଯୁକ୍ତ ମହୀଧର ରଣା ଓଏସସିବି ଜିଏମ ପ୍ରବୋଧ କୁମାର ମିଶ୍ର, ଡିଡିଏମ ନାବାର୍ଡ ବୌ ତାପସ ଶଙ୍କର ରାଉତ, ବ୍ୟାଙ୍କର ଏଜିଏମ ଶ୍ରୀମତୀ ସସ୍ମିତା ପ୍ରଧାନ, ବ୍ୟାଙ୍କର ଉପ-ସଭାପତି ଶ୍ରୀମତୀ ଲୀନାରାଣୀ ମହାପାତ୍ର ଏବଂ ଉପନିବନ୍ଧକ ସମବାୟ ସମିତି ସମୂହ, ବୌଦ୍ଧ ଓ କନ୍ଧମାଳ ଶ୍ରୀଯୁକ୍ତ ଯୁଗଲ କିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ । କୃଷି ଓ କୃଷକଙ୍କ ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଓ ବ୍ୟାଙ୍କ/ସମିତି ମାଧ୍ୟମରେ ପ୍ରଦାନ କରଯାଉଥିବା ଋଣ ରିହ ।ତି ଆଦି ସମ୍ପର୍କରେ ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ । ବିଶେଷକରି ରାଜ୍ୟସରକାର ପ୍ରତ୍ୟେକ ଚାଷୀକୁ ବିନା ସୁଧରେ ୧ ଲକ୍ଷ ଟଙ୍କା ଋଣ ଘୋଷଣା କରିଥିବାବେଳେ ଚାଷୀମାନେ ଏହାର ଲାଭ ଉଠାଇବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । କର୍ମଶାଳାରେ ଏଲଡିଏମ ବୌଦ୍ଧ, ବୌଦ୍ଧ ଏନଏସି ଅଧ୍ୟକ୍ଷ, ସହକାରୀ ନିବନ୍ଧକ ସମବାୟ ସମିତି ସମୂହ, ବୌଦ୍ଧ, ଫୁଲବାଣୀ ଏବଂ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସମବାୟ ସମିତିର ସମ୍ପାଦକ ଏବଂ ନବ ନିର୍ବାଚିତ ସଭାପତି, ଉପ-ସଭାପତି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସମବାୟ ବ୍ୟାଙ୍କ ପରିଚାଳନା ପରିଷଦର ସଭ୍ୟ ସୁବୋଧ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।