ଓକିଲ ସଂଘ ନିର୍ବାଚନ ପାଇଁ ୧୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

0 130

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଆଇନଜୀବି ସଂଘର ନିର୍ବାଚନ ପ୍ରକ୍ରିୟାରେ ନାମାଙ୍କନ ଦାଖଲ ଶେଷ ହୋଇଛି । ଅନ୍ତିମ ଦିବସ ସୁଦ୍ଧା ବିଭିନ୍ନ ପଦ ପଦବୀରେ ମୋଟ ୧୫ ଜଣ ନାମାଙ୍କନ ଦାଖଲ କରିଛନ୍ତି । ସଭାପତି ପଦ ପାଇଁ ଦୁଇ ବରିଷ୍ଠ ଆଇନଜିବି ଯଥା ନରସିଂହ ନାଥ ତ୍ରିପାଠୀ ଓ ଶ୍ୟାମ ପ୍ରସାଦ ଗନ୍ତାୟତ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ସୋମବାର ଦିନ ଉପ ସଭାପତି ପଦବୀ ପାଇଁ ଆଇନଜୀବୀ ବିଧୁ ଶେଖର ତ୍ରିପାଠୀ ଓ ହରିନାରାୟଣ ବେହେରା ନାମାଙ୍କନ ଦାଖଲ କରିଥିଲେ । ସମ୍ପାଦକ ପଦବୀ ପାଇଁ ଆଇନଜୀବୀ ମାନସ ତ୍ରିପାଠୀ ଓ ତପନ ସିଂ ନାମାଙ୍କନ ଦାଖଲ କରିଛନ୍ତି । ଯୁଗ୍ମ ସମ୍ପାଦକ ପଦବୀରେ ଜଣେ ମାତ୍ର ସନ୍ଦୀପ ମିଶ୍ର ନାମାଙ୍କନ ଦାଖଲ କରିଥିଲେ । କୋଷାଧ୍ୟକ୍ଷ ପଦବୀରେ ସ୍ନେହଲତା ଦେବୀ ଓ ଅନିଲ ଦୀନବନ୍ଧୁ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ୪ କାର୍ଯ୍ୟକାରିଣୀ ସଦସ୍ୟ ପଦବୀ ପାଇଁ ତପନ ପାଣିଗ୍ରାହୀ, ବାଲାଜୀ ପ୍ରସାଦ ମିଶ୍ର , ପ୍ରଶାନ୍ତ କୁମାର ପଟ୍ଟନାୟକ, ଗୋପାଳ କୃଷ୍ଣ ଶତପଥୀ, ସତୀଶ ଚନ୍ଦ୍ର ନାୟକ ଏବଂ ଦିନେଶ ରାଜ କୋର୍କରା ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା ୧୦ ତାରିଖ ଦିନ ନାମାଙ୍କନ ପତ୍ର ଯାଞ୍ଚ ଓ ୧୨ ତାରିଖ ଦିନ ନାମାଙ୍କନ ପ୍ରତ୍ୟାହାର ଦିବସ ରହିଛି । ଏହି ନିର୍ବାଚନକୁ ବରିଷ୍ଠ ଆଇନଜୀବୀ ତଥା ନିର୍ବାଚନ ଅଧିକାରୀ ସିଏଚ ବାବା ଯୁଗନ୍ଧର, ସହ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର ପଟ୍ଟନାୟକ ଓ ଆଇନଜୀବୀ ତାଜ ଇମ୍ବ୍ରାନ ସରିଫ ପରିଚାଳନା କରୁଛନ୍ତି ।

hiranchal ad1
Leave A Reply

Your email address will not be published.

12 + 2 =