ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଭଙ୍ଗା ଦଦରା ଘରେ ଭବିଷ୍ୟତ ଗଢୁଛନ୍ତି ଦେଶର ଭବିଷ୍ୟତ

0 144

ବାଲିଗୁଡ଼ା: ଭଙ୍ଗା ଦଦରା ଘରେ ଚାଲିଛି ଶିକ୍ଷା ଦାନ । ବିପଦ ସଂକୁଳ ଅବସ୍ଥାରେ ଗଢ଼ାଚାଲିଛି କୋମଳମତି ପିଲାଙ୍କ ଭବିଷ୍ୟତ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍‌ ଅନ୍ତର୍ଗତ ଓରା ପଞ୍ଚାୟତର ଆଡାରି ପ୍ରାଥମିକ ବିଦ୍ୟାଳୟରେ । ଶିକ୍ଷାକୁ ଗୁରୁତ୍ୱ ଦେଇ ମାଗଣାରେ ରହିବା, ଖାଇବା ସହ ମାଗଣାରେ ବହି, ଖାତା, ପୋଷାକ ଓ ଜୋତା ଆଦି ଯୋଗାଇ ଦେଉଛନ୍ତି । ଏଥିସହିତ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ ପାଇଁ ବିଭିନ୍ନ ଯୋଜନା ମଧ୍ୟ କଲେଣି କିନ୍ତୁ, ଆଜିବି ଏମିତି ଅନେକ ଅଞ୍ଚଳ ରହିଛି ଯେଉଁଠିକି ଏସବୁ ଯୋଜନା ସେମାନଙ୍କ ପାଇଁ ସାତସପନ ପାଲଟିଛି । କୋଟଗଡ଼ ବ୍ଲକ୍‌ ଅନ୍ତର୍ଗତ ଓରା ପଞ୍ଚାୟତର ଆଡାରି ବିଦ୍ୟାଳୟ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ୨୦୧୦ ମସିହାରେ ଏହି ବିଦ୍ୟାଳୟଟି ସ୍ଥାପିତ ହେଇଥିଲା । ହେଲେ ଦୁଃଖ ଓ ପରିତାପର ବିଷୟ ଯେ ଉକ୍ତ ବିଦ୍ୟାଳୟକୁ ଯିବା ନିମନ୍ତେ ରାସ୍ତା ଟିଏ ନାହିଁ । ଫଳରେ ଛାତ୍ରଛାତ୍ରୀ ବିଲ ହୁଡା ଦେଇ ବିଦ୍ୟାଳୟକୁ ଯିବାକୁ ପଡୁଛି । ବିଦ୍ୟାଳୟରେ ଶ୍ରେଣୀ ଗୃହ ନଥିବାରୁ ଭଙ୍ଗା ଦଦରା କୁଡ଼ିଆ ଘରେ ବିପଦ ସଂକୁଳ ଅବସ୍ଥାରେ ଚାଲିଛି ଶିକ୍ଷାଦାନ । ପାଞ୍ଚଟି ଶ୍ରେଣୀ ପାଇଁ ଗୋଟିଏ ମଧ୍ୟ ଭଲ ଗୃହ ନାହିଁ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଏହି ବିଦ୍ୟାଳୟରେ ଅନ୍ୟାନ୍ୟ ବ୍ୟବସ୍ଥା କ’ଣ ଥିବ? ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୨୬ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ପ୍ରଧାନ ଶିକ୍ଷକ ବାଳି ପ୍ରଧାନ ଓ ସହକାରୀ ଶିକ୍ଷକ ଦାଶରଥୀ ମାର୍ଥା ନିୟମିତ ବିଦ୍ୟାଳୟକୁ ଯାଇ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବା ଜଣାପଡ଼ିଛି । ଏନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନାହିଁ । ଯଥାଶୀଘ୍ର ବିଦ୍ୟାଳୟର ଶ୍ରେଣୀ ଗୃହ ସମେତ ଆନୁସଙ୍ଗିକ ବ୍ୟବସ୍ଥା ନସୁଧାରିଲେ ଆଗାମୀ ଦିନରେ ବ୍ଲକ୍‌ କାର୍ଯ୍ୟାଳୟ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରତ ପାଟମାଝି ଓ ଅଞ୍ଚଳବାସୀ ।

hiring

hiranchal ad1
Leave A Reply

Your email address will not be published.

fifteen + 1 =