ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ହୋଲି ଉତ୍ସବ ପାଳନ

0 62

ସୁବର୍ଣ୍ଣପୁର : ପବିତ୍ର ହୋଲି ଅବସରରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ପକ୍ଷରୁ ଗତକାଲି ସ୍ଥାନୀୟ ପ୍ରଭାସ ଲଜ ସମ୍ମୁଖରେ ହୋଲି ଉତ୍ସବ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଯୋଗ ଦେଇ ମା ସୁରେଶ୍ୱରୀଙ୍କ ଫଟୋ ଚିତ୍ରରେ ପୂଜା ଅର୍ଚ୍ଚନା ସହ ଗୀତ ନାଚ ଆସର ସହ ମେଲୋଡି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଅବକାରୀ ଅଧିକ୍ଷିକା ଶ୍ରୀମତୀ ସୁମତି ତ୍ରିପାଠୀ ଯୋଗ ଦେଇ ଏଠାକାର ଏକତା ଭାଇ ଚାରା ଓ ଖୁସିର ମାହୋଲକୁ ଦେଖି ଭାବ ବିହ୍ୱଳ ହୋଇଥିଲେ । ଦର୍ଶକ, ଆୟୋଜକ ଓ ମହିଳାଙ୍କ ସହ ମିଶି ଏସପି ଶ୍ରୀ ପଣ୍ଡା ଓ ଶ୍ରୀମତୀ ତ୍ରିପାଠୀ ନାଚିଥିଲେ । ପରସ୍ପର ପ୍ରତି ରଙ୍ଗ ବୋଳି ହୋଲିର ଖୁବ ମଜା ନେଇଥିଲେ । ଧର୍ମଗଡ଼ ବିଡ଼ିଓ ଶରତ ସେଠି, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଶ୍ରୀକାନ୍ତ ତ୍ରିପାଠୀ, ଗରିବ ଲୋଇ, ଇନ୍ଦୁମତି ପୁରୋହିତ, ପରେଶ ମେହେର ଅତିଥି ଭାବେ ଯୋଗ ଦେଇ ପରିବେଶ ସ୍ୱଚ୍ଛତା ସାଙ୍ଗଙ୍କୁ ମନର ସ୍ୱଛତା ରକ୍ଷା କରି ସାମାଜିକ ଓ ରାଷ୍ଟ୍ରୀୟ କାର୍ଯ୍ୟରେ ନିୟୋଜିତ ହେବା ଓ ପରସ୍ପର ମଧ୍ୟରେ ଭେଦଭାବ ଭୁଲି ଏକତା ଭାଇଚାରା ସୃଷ୍ଟି କରିବା ଆଜିର ଉତ୍ସବର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ଦର୍ଶକଙ୍କୁ ଉତ୍ସାହିତ କରି ମିଷ୍ଟାନ୍ନ ବଣ୍ଟନ କରିଥିଲେ । ମନୋଜ ପଣ୍ଡାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆରମ୍ଭରୁ ସେବାଶ୍ରମର ଅନ୍ତେବାସୀ ଓ ରାସ୍ତାର ବୁଲା ଭିକାରୀ, ନିରାଶ୍ରୟ ଲୋକଙ୍କୁ ସଂଗଠନର କର୍ମକର୍ତ୍ତା ଖାଦ୍ୟ ପୁଡିଆ ବାଣ୍ଟିଥିଲେ । ଦର୍ଶକଙ୍କ ପାଇଁ ଥଣ୍ଡା ପାନୀୟ ବ୍ୟବସ୍ଥା କରାଯାଇ କୁଇଜ ପ୍ରତିଯୋଗିତା ମାଧ୍ୟମରେ ଦର୍ଶକଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସମସ୍ତ ଅତିଥିଙ୍କ ସମେତ ଗାୟକ ଶାଶ୍ୱତ ତ୍ରିପାଠୀ, ମ୍ୟୁଜିକ ଡାଇରେକ୍ଟର ବ୍ରହ୍ମା କୁମ୍ଭାରଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱଚ୍ଛ ଭାରତର ସଂଯୋଜକ ମନୋରଞ୍ଜନ ତ୍ରିପାଠୀ ଓ ତନୀଷା ଅଗ୍ରୱାଲା ଅତିଥି ପରିଚୟ କରି ସଭା ପରିଚାଳନା କରିଥିବା ବେଳେ କଳା ସଂସ୍କୃତି ଗବେଷକ ଚୌଧୀରି ବିଭାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଶିଷ୍ଟ କଣ୍ଠ ଶିଳ୍ପୀ ଶାଶ୍ୱତ ତ୍ରିପାଠୀ, ପୁରନ୍ଦର ଠେଲା, ବିରେନ ଜଗଦଲା, ପଦ୍ମଲୋଚନ ସାହୁଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିବା ବେଳେ ସମସ୍ତ ଅତିଥି ଆୟୋଜକ ଓ ଦର୍ଶକଙ୍କ ସହିତ ହୋଲି ଖେଳି ଗୀତ ଓ ନାଚର ମଜା ନେଇଥିଲେ । ସ୍ୱଚ୍ଛ ଭାରତ ସଂଗଠନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

9 − eight =