ଦୁଇ ଦାଦନ ଦଲାଲକୁ କୋର୍ଟଚାଲାଣ କଲା ବେଲପଡ଼ା ପୋଲିସ୍‌

0 285

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବନମାଳ ଗାଁର ଦାଦନ ଶ୍ରମିକ ଶୁକଦେବ ପରାଭୁଏଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ୍‌ । ଆଜି ଦୁଇ ଦାଦନ ସର୍ଦ୍ଦାରଙ୍କୁ ବାନ୍ଧିଛି । ଗିରଫ ଦୁଇ ସର୍ଦ୍ଦାର ହେଲେ ବନମାଳ ଗାଁର ଘନ ସା ଓ ବିଦ୍ୟାଧର ସାହୁ । ଏମାନେ କିଛି ଟଙ୍କା ଦେଇ ବେଆଇନ୍‌ ଭାବେ ଶୁକଦେବଙ୍କ ପରିବାର ଲୋକଙ୍କୁ ବାହାର ରାଜ୍ୟକୁ ଦାଦନ ଖଟାଇବା ପାଇଁ ପଠାଇଥିଲେ । ସେଠାରେ ଶୁକଦେବଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ନିର୍ଯାତନା ଦେଇଥିଲେ । ମୃତ ଶରୀରକୁ ଗାଁକୁ ଆଣୁନଥିଲେ । ଏ ନେଇ ବେଲପଡା ଥାନାରେ ଅଭିଯୋଗ ପରେ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

hiranchal ad1
Leave A Reply

Your email address will not be published.

nine + 19 =