ଟିପିଏସ୍‌ଓଡିଏଲ ପାରଳାଖେମୁଣ୍ଡି ଡିଭିଜନ ପକ୍ଷରୁ ରକ୍ତଦାନ ଶିବିର

0 49

ପାରଳାଖେମୁଣ୍ଡି : ୫୨ ତମ ଜାତୀୟ ସୁରକ୍ଷା ସପ୍ତାହ ଅବସରରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଟାଟା ପ୍ରାଇଭେଟ୍‌ (ଟିପିଏସ୍‌ଓଡିଏଲ) ପାରଳାଖେମୁଣ୍ଡି ଡିଭିଜନ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହେଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ ପାତ୍ର ଏବଂ ସଂମ୍ମାନିତ ଅତିଥି ଭାବେ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ଗଙ୍ଗା ଗୌରୀ ପ୍ରସାଦ ପଟ୍ଟନାୟକ, ବ୍ଲଡ଼ ବ୍ୟାଙ୍କ ଅଫିସର ଡା. ଏନ ରବି ବାବୁ, ଟେକ୍ନିସିଆନ ଖଗେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପାରଳାଖେମୁଣ୍ଡି ବିଦ୍ୟୁତ ବିଭାଗ ଅଧୀନରେ କାର୍ଯ୍ୟରତ ବିଜିନେସ ଆସୋସିୟଟ ୩୩/୧୧ କେଭିର ଓଁମକାର ଟେକ୍ନିକାଲ ସର୍ଭିସ ପ୍ରାଇଭେଟ ଲିମିଟେଡ଼ ଏବଂ ନିର୍ମଳ କୁମାର ସାମନ୍ତରାୟ ଏଜେନ୍ସି ଅଧୀନରେ କାର୍ଯ୍ୟରତ କର୍ମଚାରୀମାନେ ପ୍ରାୟ ପଚାଶ ୟୁନିଟ ରକ୍ତ ସ୍ୱଇଚ୍ଛାରେ ରକ୍ତଦାନ କରି ରକ୍ତଦାନ ମହାପୁଣ୍ୟର ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସତ୍ୟବ୍ରତ କଅଁର, ବିଶ୍ୱଭୂଷଣ ବିଷୋୟୀ, ଅଭିଷେକ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ସିଂ,ଆଦିତ୍ୟ ପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

5 × one =