ଶ୍ରୀମନ୍ଦିରରେ ଦଳାଚକଟା, ମହିଳା ଭକ୍ତ ଆହତ

0 77

ଶ୍ରୀମନ୍ଦିରରେ ଦଳା ଚକଟା ପରିସ୍ଥିତି । ପଶ୍ଚିମ ଦ୍ୱାରରେ ଦଳା ଚକଟା ପରିସ୍ଥିତି । ଜଣେ ମହିଳା ଭକ୍ତ ଆହତ । ଆଜି ସଂକ୍ରାନ୍ତି ଅବସର ରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଛ଼ି । ତେବେ ପଶ୍ଚିମ ଦ୍ୱାରରେ ଭକ୍ତ ମାନେ ଶ୍ରୀ ମନ୍ଦିରକୁ ପ୍ରବେଶ ପାଇଁ ଯାଉଥିବା ବେଳେ ଠେଲା ପେଲା ହୋଇଥିଲା । ଫଳରେ ଭିଡରେ ଚାପି ହୋଇ କିଛି ଭକ୍ତ ତଳେ ପଡ଼ିଯାଇଥିଲେ । ତେବେ ପ୍ରତି ଶନିବାର ଓ ରବିବାର ଶ୍ରୀ ମନ୍ଦିରକୁ ହଜାର ହଜାର ଭକ୍ତ ଆସୁଥିବା ବେଳେ ଠେଲା ପେଲା ହୋଇ ବହୁ ଭକ୍ତ ଆହତ ହେଉଛନ୍ତି । ତେବେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ପୁରୀ ପୋଲିସ୍‌ ସବୁ ବ୍ୟବସ୍ଥା କରିଥିବା ଦାବୀ କରୁଥିବା ବେଳେ କାହିଁକି ବାରମ୍ବାର ଦଳା ଚକଟା ହେଉଛ଼ି ସେ ନେଇ ପ୍ରଶ୍ନ ଉଠିଛି । ପଶ୍ଚିମ ଦ୍ୱାର ପ୍ରବେଶ ବେଳେ ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳା ପାଇଁ ଯଥେଷ୍ଟ ପୋଲିସ୍‌ ମୁତୟନ ହେଉ ନଥିବା ଦେଖାଦେଉଛି । ଫଳରେ ଭିଡକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ । ପୁର୍ବରୁ ବାଇଶି ପାହାଚ, ଗର୍ଭ ଗୃହ ଭିତରେ ଅସମ୍ଭବ ଭିଡ଼ ଯୋଗୁ ଅନେକ ଥର ଦଳା ଚକଟା ହେଇଛି । ବାରମ୍ବାର ଘଟଣା ଘଟିଥିଲା ବେଳେ ପୋଲିସ୍‌ ସଚେତନ ନ ହେବା ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛ଼ି ।

hiring

hiranchal ad1
Leave A Reply

Your email address will not be published.

19 − 19 =