ଷ୍ଟିୟରିଂ ଛାଡି ଆନ୍ଦୋଳନ, ରାଜରାସ୍ତାକୁ ଓହ୍ଲାଇଲା ଡ୍ରାଇଭର ମହାସଂଘ

0 93

ସୁବର୍ଣ୍ଣପୁର : ଆଜି ଓଡିଶା ଡ୍ରାଇଭର ମହାସଂଘର ଆହ୍ୱାନ କ୍ରମେ ଓ ରାଜ୍ୟ ଡ୍ରାଇଭର ଏକତା ମହାମଞ୍ଚର ନିଷ୍ପତ୍ତି କ୍ରମେ ରାଜ୍ୟର ବିଭିନ୍ନ ସଂଗଠନର ସମର୍ଥନରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରି ରାଜରାସ୍ତାରେ ଗଣ ଧାରଣା ଦେଇଛନ୍ତି ସୁବର୍ଣ୍ଣପୁର ଜ଼ିଲ୍ଲା ଡ୍ରାଇଭର ସଂଘ । ସୁବର୍ଣ୍ଣପୁରର ଅର୍ଜୁନପୁର ଛକ ଓ ଶରଧାପାଲିର ତିନି ମୁହାଁଣି ଛକ ଠାରେ ଡ୍ରାଇଭର ସଂଘର କର୍ମକର୍ତ୍ତା ମାନେ ସକାଳେ ରାସ୍ତା ଅବରୋଧ କରିଥିବା ବେଳେ ଜ଼ିଲ୍ଲାର ଛଅଟି ଯାକ ବ୍ଲକର ବିଭିନ୍ନ ମୁଖ୍ୟ ରାସ୍ତାମାନଙ୍କରେ ବ୍ଲକ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆ ଯାଇଥିବା ସୂଚନା ମିଳିଛି । ଆମ୍ବୁଲାନ୍ସ ସେବା, ଅଗ୍ନିଶମ ସେବା, ଗଣମାଧ୍ୟମଙ୍କ ସେବା, ମାଟ୍ରିକ ପରୀକ୍ଷାର୍ଥୀଙ୍କ ଯିବା ଆସିବା, ପୋଲିସ ଓ ପ୍ରଶାସନିକ ସେବା ଭଳି ଏସବୁ ଜରୁରୀ କାଳୀନ ସେବା ବ୍ୟତୀତ ଆଜି ଘରୋଇ ବସ, ଚାରି ଚକିଆ ଗାଡି ମୋଟର ଏପରିକି ଅଖ ଚକ ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଡ୍ରାଇଭରଙ୍କ ସ୍ୱାସ୍ଥ୍ୟ ବୀମା, ଦୁର୍ଘଟଣା ପ୍ରାଣ ହାନିରେ ୨୦ ଲକ୍ଷଟଙ୍କା, ରାଜ ପଥରେ ବିଶ୍ରାମ ଗାର, ଡ୍ରାଇଭର ଲାଇସେନ୍ସ ଫ୍ରି, ମାଗଣା ଶିକ୍ଷା ପ୍ରଦାନ, ଦ୍ୱିତୀୟ ସୈନିକ ମାନ୍ୟତା ପ୍ରମୁଖ ଦଶ ଦଫା ଦାବି ପ୍ରତି ରାଜ୍ୟ ସରକାର ଅଣଦେଖା କରିଥିବାରୁ ଏବଂ ତାଙ୍କ ଅଧିକାର ଓ ସମ୍ମାନ ଫେରି ପାଇବାକୁ ଆଜି ମହାସଂଘ ଅନିର୍ଦ୍ଧିଷ୍ଟ କାଳ ଯାଏ ଏହି ଆନ୍ଦୋଳନ ଆରମ୍ଭ କରିଥିବା ପ୍ରକାଶ କରିଛନ୍ତି । ଯେମିତି ଜ଼ିଲ୍ଲାର କୌଣସି ବି ସ୍ଥାନରେ କିଛି ଗଣ୍ଡଗୋଳ ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ, ସେଥିପ୍ରତି ଜ଼ିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଓ କଡା ନଜର ରଖିଥିବା ଜଣାଯାଇଛି । ରାଜ୍ୟ ସାରା ଯାନବାହାନ ବନ୍ଦ ଥିବା ଯୋଗୁଁ ଆଜି ଜ଼ିଲ୍ଲାର ସମସ୍ତ ସହରର ବ୍ୟବସାୟ ଠପ୍‌ ହୋଇପଡ଼ିଥିବା ବେଳେ ଛୋଟ ବଡ଼ ଦୋକାନ ମାନଙ୍କରେ ଆଜି ଆଳୁ ପିଆଜ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଘୋର ଅଭାବ ଦେଖା ଯାଇଛି । ଯଦି ଅତିଶୀଘ୍ର ଏହାର କିଛି ଠୋସ୍‌ ସମାଧାନର ରାସ୍ତା ନବାହାରେ ତାହେଲେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧିର ଆଶଂକା ଖାଉଟି ମହଲରେ ସୃଷ୍ଟି ହୋଇଛି ।

hiranchal ad1
Leave A Reply

Your email address will not be published.

three × 3 =