ଅଷ୍ଟ ପ୍ରହରୀ ବ୍ରହ୍ମ ନାମ ସହିତ ଉଦଯାପିତ ହେଲା ତୃତୀୟ ବିଶ୍ୱଶାନ୍ତି ମହାଯଜ୍ଞ ମହିମା ବାଲ୍ୟଲୀଳା

0 47

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ପୋଲାମର ଗୁହିରାଟିକିରାଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତୃତୀୟ ବିଶ୍ୱଶାନ୍ତି ମହାଯଜ୍ଞ ମହିମା ବାଲ୍ୟଲୀଳା ଶୁକ୍ରବାର ଉଦଯାପିତ ହୋଇଯାଇଛି । ବୁଧବାର କଳସ ଶୋଭାଯାତ୍ରା, ଗୁରୁବାର ଅଲେଖ ବ୍ରହ୍ମ ନାମ ଏବଂ ଶୁକ୍ରବାର ବ୍ରହ୍ମଧ୍ୱନିର ପୂର୍ଣ୍ଣାହୁତି ହୋଇଥିଲା । ଅଷ୍ଟ ପ୍ରହରୀ ବ୍ରହ୍ମ ନାମରେ ଆଖ ପାଖର ୧୪ଟି ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଥିଲେ । ଶୁକ୍ରବାର ସକାଳେ ବ୍ରହ୍ମ ନାମ ନଗର ପରିକ୍ରମା ପରେ ଉଦଯାପିତ ହୋଇଥିଲା । କାର୍ଯ୍ୟକ୍ରମରେ ବ୍ରହ୍ମାବଧୂତ ଆନନ୍ଦ ଚନ୍ଦ୍ର ବାବା, ବ୍ରହ୍ମାବଧୂତ କୂଳଧର ବାବା, ସାଧୁ କୂଳଚନ୍ଦ୍ର ଦାସ ଓ ମହିମା ସମାଜ ଲତା ଆଶ୍ରମ ପରିଚାଳନା ସମିତିର ସଭାପତି ନନ୍ଦି କିଶୋର କଲତା ଓ ସମସ୍ତ ସିଦ୍ଧ ସାଧୁ ବୈରାଗୀ ବୃନ୍ଦ ଏବଂ ଗ୍ରାମବାସୀ ଓ ଅଞ୍ଚଳବାସୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

two × 1 =