ଉଦ୍ଧାର ହେଲା ୧୨ ଫୁଟରୁ ଅଧିକ ଲମ୍ବର ଅହିରାଜ ସାପ

0 517

ଦଶପଲ୍ଲା : ଦଶପଲ୍ଲା ବନାଞ୍ଚଳ ଅଧିନସ୍ଥ କଇମ ଗ୍ରାମରୁ ଉଦ୍ଧାର ହୋଇଛି ଏକ ବିରାଟକାୟ ଅହିରାଜ ସାପ । ମିଳିଥିବା ସୂଚନା ଅନୁଯାୟୀ, କଇମ ଗ୍ରାମର ପଞ୍ଚାନନ ଆଶ୍ରମ ନିକଟରେ ଏକ ଗ୍ରାମୀଣ ବଜାର ରହିଛି । ବଜାରର ଘର ଭିତରେ କିଛି ଦିନ ହେବ ଶଶି ଗୋସେଇଁ ନାମକ ଜଣେ ସାଧୁ ରହିଆସୁଥିଲେ । ସାଧୁ ଜଣକ ରହୁଥିବା ସେହି ଘର ଭିତରେ ବିରାଟକାୟ ଅହିରାଜ ସାପଟି ପଶି ଯାଇଥିଲା । ଏହା ଜଣାପଡିବା ପରେ ଲୋକମାନେ ସାପକୁ ଦେଖି ଭୟଭୀତ ହୋଇ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ମାନେ ପହଁଚି ଅହିରାଜ ସାପକୁ ଧରିବାରେ ସକ୍ଷମ ହୋଇଥିଲେ । ତେବେ ଅହିରାଜ ସାପଟି ପ୍ରାୟ ୧୨ଫୁଟରୁ ଅଧିକ ଲମ୍ବା ହେବ ବୋଲି କୁହାଯାଉଛି । ତେବେ ଅହିରାଜ ସାପ ଉଦ୍ଧାର ହେବା ପରେ ବନ କର୍ମଚାରୀ ସାପଟିକୁ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

four + 5 =