ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସର ଦୁଇ ଦିନିଆ ଶିକ୍ଷା ଓ ତାଲିମ୍‌ ଶିବିର ଉଦଯାପିତ

0 67

ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସର୍ବ ପୁରାତନ ଏଜେଓ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସର ଦୁଇ ଦିନିଆ ଶିକ୍ଷା ଓ ତାଲିମ୍‌ ଶିବିର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆପତ୍ତକାଳୀନ ବିଭାଗର ଡେପୁଟି କଲେକ୍ଟର ତଥା ଭାରତୀୟ ରେଡକ୍ରସ ସୋସାଇଟୀ, କନ୍ଧମାଳ ଜିଲ୍ଲା ଶାଖାର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ।ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ସଭାପତିତ୍ୱ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅଗ୍ନିସମ ବିଭାଗର ଅତିରିକ୍ତଅଧିକାରୀ,ଏ.ଜେ.ଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନ ଆଦି ଯୋଗଦାନ କରିଥିଲେ । ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ତଥା କନ୍ଧମାଳ ଜିଲ୍ଲା କନିଷ୍ଠ ରେଡକ୍ରସ ସମ୍ପାଦକ ରଙ୍କନିଧି ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଳାର ବିଭିନ୍ନ ବିଦ୍ୟାଳୟର ୧୫୦ ଜଣ ଶିକ୍ଷାର୍ଥୀ ଓ ଶିକ୍ଷକଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ନଅ ଜଣ ଶିକ୍ଷାର୍ଥୀ ଓ ଦୁଇ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆଗାମୀ ୨୫ ତାରିଖରେ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ଶିବିରରେ ଅଂଶଗ୍ରହଣ କରିବେ । ଜିଲ୍ଲା କନିଷ୍ଠ ରେଡକ୍ରସ ଅଧିକାରୀ ପ୍ରଶାନ୍ତ କୁମାର ଦାସଙ୍କ ପରିଚାଳନାରେ ଏହି ଦୁଇଦିନିଆ ଶିବିରକୁ ଶିକ୍ଷକ ଯୁଧିଷ୍ଠିର ମହାନ୍ତି, ସଂଜୀବ କୁମାର ପାଣିଗ୍ରାହୀ, ଇତିଶ୍ରୀ ପଟ୍ଟନାୟକ, ମନୋରଞ୍ଜନ ପାଢୀ, ରଶ୍ମି ପ୍ରଧାନ, ପ୍ରଶାନ୍ତ କୁମାର ବେହେରା, ବିଭୂତି ଭୂଷଣ ବେହେରା, ସଂଜୀବ ବେହେରା, ଶ୍ୟାମ ସୁନ୍ଦର୍‌ ଶାହା ,ପଦ୍ମାଳୟା ବେହେରା, ବ୍ରହ୍ମା ନନ୍ଦ ଦାସ, ରାକେଶ କୁମାର ବିଶୋଇ, ପ୍ରତିମା ବେହେରା, ସୁନିତା ଦିଗାଲ ,ଗୌର ଚରଣ ମହାନ୍ତି ଆୟୋଜନରେ ସହଯୋଗ କରିଥିବା ବେଳେ ଶିକ୍ଷକ ଶ୍ରୀ ବିନୋଦ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ ।

hiranchal ad1
Leave A Reply

Your email address will not be published.

16 − seven =