ନଳକୂପରୁ ବାହାରୁଛି ସୁନା ଭଳି ପଦାର୍ଥ, ସୁନା ଖଣି ନେଇ ଚର୍ଚ୍ଚା

0 145

ପାଟଣାଗଡ଼/ ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍‌ ଅଞ୍ଚଳରେ ସୁନା ଖଣି ଥିବା ନେଇ ଏବେ ସବୁଠି ଚର୍ଚ୍ଚା । ଖପ୍ରାଖୋଲ ବ୍ଲକ୍‌ ନାନ୍ଦୁପଲା ଗାଁର ଜାବେଦ ମହମ୍ବଦ ନାମକ ଜଣେ ଚାଷୀ ଛଞ୍ଚାଣ ବାହାଲି ଗାଁ ନିକଟରେ କିଛିଦିନ ତଳେ ଏକ ଗଭୀର ନଳକୂପ ଖୋଲିଥିବା ବେଳେ ଗୁରୁବାର ମଟର ଖଞ୍ଜି ପାଣି ବାହାର କରିଥିଲେ । ଏଥିରେ ସୁନାଭଳି ଚକ୍‌ ଚକ୍‌ କରୁଥିବା ପଦାର୍ଥ ବାହାରୁଥିବା ଚାଷୀ ଜଣକ ଦେଖିଥିଲେ । ଏହାପରେ ଏହା ସୁନା ହୋଇଥାଇପାରେ ବୋଲି ସନ୍ଦେହ କରି ଅନ୍ୟ ମାନଙ୍କୁ କହିଥିଲେ । ଏନେଇ ସ୍ଥାନୀୟ ପ୍ରଶାସନ ଖବର ପାଇ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଥାନା ଅଧିକାରୀ ରମାକାନ୍ତ ସାହୁ, ବିଡ଼ିଓ ରଶ୍ମି ରଞ୍ଜନ ରାଉତ ପ୍ରମୁଖ ଘଟଣା ସ୍ଥଳରେ ଶୁକ୍ରବାର ପହଞ୍ଚି ଚାଷୀଙ୍କୁ ଭେଟି ପଚାରିବା ସହ ସୁନା ଭଳି ପଦାର୍ଥ ମିଶା ଚକ ଚକ୍‌ କରୁଥିବା ବାଲି ସଂଗ୍ରହ କରିଥିଲେ । ଏହି ଖବର ପ୍ରଚାରିତ ପରେ ଗଭୀର ନଳକୂପ ପାଖରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏନେଇ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ଗଭୀର ନଳକୂପ ଖନନ ବେଳେ ବାହାରିଥିବା ଚକ୍‌ ଚକ୍‌ କରୁଥିବା ମାଟି ସଂଗ୍ରହ କରିଛୁ । ଜିଲ୍ଲା ଖଣି ବିଭାଗ ସହ ଆଲୋଚନା ହୋଇଛି, ସଂଗୃହିତ ବାଲି ପରୀକ୍ଷା ପରେ ପ୍ରକୃତରେ ସୁନା କି ନୁହ ଜଣାପଡ଼ିବ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − fourteen =