ପରିତ୍ୟକ୍ତ କୂଅରୁ ବଳଦ ଉଦ୍ଧାର

0 77

ହରଭଙ୍ଗା : ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ଅନ୍ତର୍ଗତ କୋଇଲିସୂତା ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଆଜି ଶନିବାର ଏକ ବଳଦ ଉଦ୍ଧାର କରାଯାଇଛି । ଘଟଣା ଅନୁଯାଇ ଆଜି ପ୍ରାୟ ସକାଳ ୯ଘଣ୍ଟା ସମୟରେ ରାମଗଡ ଗ୍ରାମର ଶୁକ୍ରୁ ଜଗଦଲାଙ୍କ ଏକ ବଳଦ କୋଇଲି ସୂତା ଗ୍ରାମର ଏକ ପରିତ୍ୟକ୍ତ କୂଅରେ କୌଣସି କାରଣବଶତଃ ପଡି ଯାଇଥିଲା । ନିଜ ପକ୍ଷେ କୂଅରୁ କାଢ଼ିବାକୁ ସକ୍ଷମ ନହେବାରୁ ଚାରିଛକ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ବହୁ ପରିଶ୍ରମ କରି କୂଅରୁ ବଳଦକୁ ଉଦ୍ଧାର କରିଥିଲେ । ଏହି ଉଦ୍ଧାର କାର୍ଯ୍ୟକ୍ରମରେ ଅଗ୍ନିଶମ ବାହିନୀ ସହିତ ଗ୍ରାମର ବିଜୟ ଦେହୁରୀ, ରାଜୀବ ବେହେରା, ସୁନିଲ ବେହେରା, ବିପୁନ ବେହେରା ଆଦି ଯୁବ ସ୍ୱେଚ୍ଛାସେବୀମାନେ ସାହାଯ୍ୟ କରିଥିଲେ ।

hiranchal ad1
Leave A Reply

Your email address will not be published.

one × four =