ହରଭଙ୍ଗା ବ୍ଲକରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ

0 122

ହରଭଙ୍ଗା,୨୫/୩- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଏକ କିଡ଼ନୀ ପ୍ରପୀଡ଼ିତ, ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳ ହୋଇଥିବାବେଳେ ସରକାରଙ୍କ ବିଭିନ୍ନ ଯୋଜନା ଏହି ଅଞ୍ଚଳରେ ବାଟମାରଣା, ଅଧାପନ୍ତରା ହେବା ସହିତ ଦିନକୁ ଦିନ ଏହି ଅଞ୍ଚଳର ବିକାଶ ସୁପ୍ତ ହେବାକୁ ବସିଛି । ପାନୀୟଜଳ, ଗମନାଗମନ, ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଏହି ଅଞ୍ଚଳରେ ଫେଲ ମାରିବା ପରେ ଏବେ ସ୍ୱାସ୍ଥ୍ୟ ସେବା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି । ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ନଥିବାରୁ ସାଧାରଣ ସ୍ୱାସ୍ଥ୍ୟ ସେବାପାଇଁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ଏହି ଅଂଚଳର ରୋଗୀଙ୍କୁ ରେଫର କରାଯାଉଛି । କେଉଁଠି ଡାକ୍ତର ଖାନାରେ ତାଲା ଝୁଲୁଛି ତ କେଉଁଠି ଟେକନିସିଆନଙ୍କ ଦ୍ୱାରା ଓ କେଉଁଠି କମ୍ପାଉଣ୍ଡରଙ୍କ ଦ୍ୱାରା ରୋଗୀ ଚିକିତ୍ସା କରାଯାଉଛି । ପୁଣି କେଉଁଠି ଡାକ୍ତର ଥିଲେ ମଧ୍ୟ ନିୟମିତ କାର୍ଯ୍ୟରତ ନୁହନ୍ତି, ଆଉ କେତେକ ଡାକ୍ତରଖାନାରେ ବର୍ଷବର୍ଷ ଧରି ଡାକ୍ତର ବିହୀନ ଡାକ୍ତରଖାନା ଚାଲୁଛି । ପୁଣି କେତେକ ଡାକ୍ତରଖାନାରେ ମେଡ଼ିସିନ, ନିତ୍ୟ ବ୍ୟବହାର୍ଯ୍ୟ ଗ୍ଲୋବ୍ସ, ବେଡ଼, ବେଡ଼ସିଟ, ପଙ୍ଖା ଓ ବିଭିନ୍ନ ଉପକରଣ ନିମ୍ନମାନର ନେଇ ରୋଗୀ ଓ ଷ୍ଟାପ ଭିତରେ ବିଶୃଙ୍ଖଳା ଦେଖାଯାଉଥିବା ଅଭିଯୋଗ ହେଉଛି । ପ୍ରାୟ ଡାକ୍ତରଖାନାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚରେ ରଙ୍ଗ, ବିଭିନ୍ନ ପୋଷ୍ଟର, ରଙ୍ଗ ବେରଙ୍ଗ ଫୁଲଗଛ ଲଗାଇ ଚକ୍‌ ଚକ୍‌ କରୁଥିବା ବେଳେ ସ୍ୱାସ୍ଥ୍ୟ ସେବାରେ ସୁଧାର ଆସୁନି ।

hiring

ବ୍ଲକରେ ଥିବା ରାମଗଡ, ବୀରନରସିଂପୁର, ତଳଗାଁ ଥିବା ତିନିଗୋଟି ଆୟୁର୍ବେଦିକ ଡାକ୍ତରଖାନାରେ ବର୍ଷବର୍ଷ ଧରି ଡାକ୍ତର ନଥିବା ସହିତ ଧଳପୁର, ହରଭଙ୍ଗା, ତଳଗାଁ, ଚାରିଛକ ଭଳି ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଡାକ୍ତର ସେବା ନ ଦେବା, ଆଡେଣିଗଡ ଓ ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ରରେ ସାଧାରଣ ରୋଗୀ ସେବା ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଉପାନ୍ତ ଅଂଚଳ ଗୁଡିକ ଯେମିତି ହରଭଙ୍ଗା, ତଳଗାଁ, ମହାଲିକପଡା, ଛତ୍ରଙ୍ଗ, ଆଡେଣିଗଡ, କୁଶଙ୍ଗ, ସଂକୁଲୋଇ,କରଞ୍ଜକଟା ଭଳି ରାମଗଡ ଓ ଧଳପୁର ପଂଚାୟତ ଗୁଡିକରେ ଏହି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ଫାଇଦା ଉଠାଉଛନ୍ତି ଔଷଧ ଦୋକାନୀ ଏବଂ କିଛି ନଜାଣି ଜୀବନ ସହିତ ଖେଳ ଖେଳୁଛନ୍ତି ଅଣ ଡାକ୍ତର ଓ ଗଢି ଉଠୁଛି ବେସରକାରୀ କ୍ଲିନିକ ।

hiranchal ad1
Leave A Reply

Your email address will not be published.

five × 2 =