ଚୈତ୍ରମାସର ଚତୁର୍ଥ ପାଳିରେ ଭାସିଲା ହଣ୍ଡା ହଣ୍ଡା କାନିକା ଓ ରସଗୋଲା

0 78

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଅମଲାପଡାରେ ଥିବା ଦୀର୍ଘ ୫୦ ବର୍ଷରୁ ଉଦ୍ଧ୍ୱର୍ ପୁରାତନ ମା ବ୍ରାହ୍ମଣୀ ଦେବୀ ମନ୍ଦିରର ଚଳିତ ଚୈତ୍ର ମାସର ଗତକାଲି ଥିଲା ଚତୁର୍ଥ ମଙ୍ଗଳବାର । ମାଙ୍କ ଆଳତି ଦେଖିବାକୁ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ସକାଳୁ ଫୁଲବାଣୀ ଅମଲାପଡ଼ା ସ୍ଥିତ ମାଁ ବ୍ରାହ୍ମଣୀ ଦେବୀ ପୀଠ ଚଳଚଞ୍ଚଳ ହୋଇଉଠିଥିଲା । ଏହି ମାସର ପ୍ରଥମ ମଙ୍ଗଳବାର ଠାରୁ ଆରମ୍ଭ କରି ପ୍ରତି ମଙ୍ଗଳବାର ଭକ୍ତଙ୍କ ଭିଡ କ୍ରମେ ବଢିବାରେ ଲାଗିଥିଲା । ଶେଷ ପାଳି ଥିବାରୁ ହଜାର ହଜାର ଭକ୍ତ ଲମ୍ବା ଲାଇନରେ ଅପେକ୍ଷା କରି ଭୋଗ କରିଥିଲେ ।

hiring

ଭକ୍ତଙ୍କ ପାଇଁ ପଣା ପାଣିର ବ୍ୟବସ୍ଥା ସହିତ ଖରା ଦାଉରୁ ରକ୍ଷା ପାଇବାକୁ ଉପରେ ଚାନ୍ଦୁଆ ଟଣାଯାଇଥିଲା । ସନ୍ଧ୍ୟା ଆଳତି ପରେ ମନ୍ଦିର ପରିଚାଳନା କମିଟି ଏବଂ ଆଳତି ବାହିନୀ ତରଫରୁ ସମସ୍ତ ଭକ୍ତଙ୍କ ନିମନ୍ତେ ଭୋଗ ତଥା ପଣାର ବ୍ୟବସ୍ଥା କରାଯାଇ ଥିବା ଦେଖିବାକୁ ମିଳିଥିଲା । ହଣ୍ଡା ହଣ୍ଡା କାନିକା, କାକରା, ଲଡୁ ଓ ରସଗୋଲା ଭୋଗ କରି ସମସ୍ତ ଭକ୍ତଙ୍କୁ ବଣ୍ଟନ କରାଯାଇଥିଲା । ମନ୍ଦିର କମିଟି ଏବଂ ଆଳତି ବାହିନୀ ସମସ୍ତ ସଦସ୍ୟଙ୍କ ତତ୍ତ୍ୱାବଧାନତାରେ ମନ୍ଦିର ଉନ୍ନତିକରଣ ଚାଲୁ ରହିଛି ଏବଂ ଉନ୍ନତି କାର୍ଯ୍ୟରେ ସହଯୋଗ ପାଇଁ ମନ୍ଦିର କମିଟି ଏବଂ ଆଳତି ବାହିନୀ ପକ୍ଷରୁ ଫୁଲବାଣୀବାସୀଙ୍କୁ ଅନୁରୋଧ କରାଯାଇଛି ।

hiranchal ad1
Leave A Reply

Your email address will not be published.

ten + 2 =