ସମଗ୍ର ଜିଲ୍ଲାରେ ଶିକ୍ଷା ସଚେତନତା ପାଇଁ ଗଡିଲା ଶିକ୍ଷା ସଚେତନତା ରଥ

0 83

ନବରଙ୍ଗପୁର : ଚଳିତ ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ନବରଙ୍ଗପୁର ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଦୈନିକ ଛାତ୍ର ଛାତ୍ରୀଙ୍କ ଶତପ୍ରତିଶତ ଉପସ୍ଥାନ କିପରି ଅଭିବୃଦ୍ଧି ହୋଇପାରିବ, ମୋ ପିଲା ସ୍କୁଲ ଯିବ, ଆମେ ପଢିବା, ଆମେ ଗଢ଼ିବା ଓ ଶ୍ରେଷ୍ଠ ହେବା ମହତ ଉଦ୍ଦେଶ୍ୟ ନେଇ ଶିକ୍ଷା ପାଇଁ ନିଜ ପିଲା ମାନଙ୍କୁ ମାଆ ବାପା ମାନେ ଯେପରି ସ୍କୁଲ ପଠାଇବେ ସେଥି ନିମନ୍ତେ ସମଗ୍ର ଜିଲ୍ଲାରେ ଶିକ୍ଷା ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମଗ୍ରଶିକ୍ଷା ଆନୁକୁଲ୍ୟରେ ଆଜି ଦଶ ଗୋଟି ଶିକ୍ଷା ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରୁ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ସବୁଜ ପତାକା ଦେଖାଇ ଏହି ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥଲେ । ଏହି ରଥ ଜିଲ୍ଲାର ଦଶ ଗୋଟି ବ୍ଲକ୍‌ ଅଧିନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତ ପରିକ୍ରମା କରି ଶିକ୍ଷା ସଚେତନତା ବାର୍ତ୍ତାର ପ୍ରସାର ପ୍ରଚାର ଆସନ୍ତା ୧୨ ଏପ୍ରିଲ ପର୍ଯ୍ୟନ୍ତ କରାଯିବ ବୋଲି ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀ ନାଗ ସୂଚନା ଦେଇଛନ୍ତି । ଚଳିତ ଶିକ୍ଷା ବର୍ଷରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଦୈନିକ ଛାତ୍ର ଛାତ୍ରୀଙ୍କ ଶତପ୍ରତିଶତ ଉପସ୍ଥାନ କିପରି ଅଭିବୃଦ୍ଧି ହୋଇପାରିବ ସେଥି ନିମନ୍ତେ ସମଗ୍ର ଜିଲ୍ଲା ଶିକ୍ଷା ସଚେତନତା ରଥ ପରିକ୍ରମା କରିବା ଏକ ଅଭିନବ ପ୍ରୟାସ ବୋଲି ଜିଲ୍ଲାପାଳ ଡକ୍ଟର ମିଶ୍ର କହିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ୍‌, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀ, ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

1 × 3 =